oom

ମନ୍ତ୍ରୀଙ୍କୁ ପାଇକମାଲଠାରେ କଡା ବିରୋଧ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ଓ ଝାରବନ୍ଧ ବ୍ଲକକୁ ମନ୍ତ୍ରୀ ଓ ନେତାମାନଙ୍କ ତୋଫାଗସ୍ତ ସାଧାରଣରେ ଚର୍ଚ୍ଚାର ଖୋରାକ ଯୋଗାଇ ଥିବା ବେଳେ, ବିଜେପି କୃଷକ ମୋର୍ଚ୍ଚା ତରଫରୁ କଡା ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା । ପଦ୍ମପୁର, ପାଇକମାଲ, ଝାରବନ୍ଧ ବ୍ଲକରେ ଚାଷୀମାନେ ଗତ ଖରିଫ ଫସଲର ବୀମାରାଶି ପାଇନଥିବା ବେଳେ, ୫ଟି ସ୍କୁଲ ଉଦ୍‌ଘାଟନ ବିଜେଡିର ଏକ ରାଜନୈତିକ ନାଟକ ବାଜି ବୋଲି ମତପ୍ରକାଶ ପାଇଥିଲା । ନୃସିଂହନାଥ ରାସ୍ତାରେ ଥିବା ଜର୍ଜଗଡ ଆଶ୍ରମ ସ୍କୁଲକୁ ୫ଟି ସଭା ଉଦ୍‌ଘାଟନକୁ ଯିବା ବେଳେ ବିଜେପି କୃଷକ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ହାତରେ ପ୍ଲାକାର୍ଡ ଓ କଳା ପତକା ଦେଖାଇ ବିରୋଧ ପ୍ରଦର୍ଶନ କରିବା ସହ ବୀମାରାଶି, ଇନପୁଟ ସବସିଡି ଆମର ଦାବୀ, ମନ୍ତ୍ରୀ ରୀତା ସାହୁ ତୁମେ ଫେରି ଯାଅର ସ୍ଲୋଗାନ ଦେଇଥିଲେ । ଅମଠି ହାଇସ୍କୁଲ ସଭାରେ ମଧ୍ୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ କଳା ପତକା ପ୍ରଦର୍ଶନ କରାଯାଇଥିଲା । ପାଇକମାଲ ଠାରେ ବିରୋଧ କରୁଥିବା କୃଷକ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ଉଠାଇ ନେଇ ସନ୍ଧ୍ୟାରେ ଛାଡି ଦେଇଥିବା ବେଳେ ବିଜେପି କାର୍ଯ୍ୟକର୍ତ୍ତା ପୋଲିସର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଥିବା ବେଳେ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ୫ଟି ସରକାରୀ ସଭାରେ ବିଜେଡି ଦଳୀୟ ନେତାଙ୍କ ଉପସ୍ଥିତିକୁ ଯଥା କଟୁ ସମାଲୋଚନା କରାଯାଇଥିଲା । ସରକାରୀ କାର୍ଯ୍ୟକ୍ରମକୁ ଦଳୀୟ ସଭାରେ ପରିଣତ କରିଥିବା ସରକାରୀ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ଦାବୀ କରିଛି ।

jittmm
Leave A Reply

Your email address will not be published.