ମୁରିବାହାଲ ବ୍ଲକସ୍ତରୀୟ ବିରାଟ ଧନୁଯାତ୍ରା ମହୋତ୍ସବର ଷଷ୍ଠ ଦିବସ : ଅକ୍ରୁର ପ୍ରେରଣ ଓ ଶ୍ରୀକୃଷ୍ଣ ବଳରାମଙ୍କୁ ଅଶ୍ରୁଳ ବିଦାୟ ମଞ୍ଚସ୍ଥ

  • ଯୋଗଦେଲେ ରାଜ୍ୟସଭା ସାଂସଦ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା
  • କଳାହାଣ୍ଡିର ବିଶିଷ୍ଟ ୟୁଟ୍ୟୁବର ଚନ୍ଦନ ଶତପଥୀଙ୍କୁ ସ୍ଵତନ୍ତ୍ର ସମ୍ବର୍ଦ୍ଧନା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ତଥା ମଥୁରା ନଗରୀରେ ଚାଲିଥିବା ପଞ୍ଚମ ବାର୍ଷିକ ବିରାଟ ଧନୁଯାତ୍ରା ମହୋତ୍ସବର ମଙ୍ଗଳବାର ଷଷ୍ଠ ଦିବସରେ ମହାରାଜ କଂସଙ୍କ ଦରବାରରୁ ଅକ୍ରୁର ପ୍ରେରଣ ଓ ଗୋପପୁରରୁ ଶ୍ରୀକୃଷ୍ଣ ବଳରାମଙ୍କୁ ଅଶ୍ରୁଳ ବିଦାୟ ମଞ୍ଚସ୍ଥ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜକ ଧନୁଯାତ୍ରା ମହୋତ୍ସବ କମିଟି ସଭାପତି ଶ୍ରୀବତ୍ସ ବେହେରାଙ୍କ ଅଧ୍ୟକ୍ଷତାରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟ ଅତିଥି, ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଲା ମାଝୀ, ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ସରୋଜ କୁମାର ନାୟକ, ଓଏଭି ଅଧ୍ୟକ୍ଷ ପୀତାମ୍ବର ବେଶ୍ରା, ଗୋଇମୁଣ୍ଡ ସରପଞ୍ଚ କାଳିଆ ସରାଫ, ଲଖନା ସରପଞ୍ଚ ସଦାନନ୍ଦ ଦୀପ, ବାନ୍ଦୁପଳା ସରପଞ୍ଚ ପ୍ରିୟବ୍ରତ ପ୍ରଧାନୀ, ଗୁଡିଘାଟ ସରପଞ୍ଚ ପ୍ରତିନିଧି ଗିରିଧାରୀ ମହାନନ୍ଦ, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବ୍ଲକ ସଭାପତି ରାଜୀବ କୁଅଁର, ଆୟୋଜକ କମିଟି ସଂଯୋଜକ ସୁଧାଂଶୁ ପୋଡ଼ ଯାଦବ, ସମ୍ପାଦକ ପ୍ରେମାନନ୍ଦ ମାଝୀ, ବାବୁଲି ରାଉତ ପ୍ରମୁଖ ରାଜଅତିଥି ରୂପେ ଉପସ୍ଥିତ ଥିଲେ । ଏହି ଅବସରରେ କଳାହାଣ୍ଡିର ବିଶିଷ୍ଟ ୟୁଟ୍ୟୁବର ତଥା ଅଭିନେତା ଚନ୍ଦନ ଶତପଥୀଙ୍କୁ କମିଟି ପକ୍ଷରୁ ସ୍ୱତନ୍ତ୍ର ରୂପେ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ବାହାକ କୈଳାସ ଦଣ୍ଡସେନା, ଶଙ୍କର୍ଷଣ କର୍ମୀ ଓ ଖଗେଶ୍ୱର ମାଝୀ ତଥା ସାଂସ୍କୃତିକ ସମ୍ପାଦକ ରମେଶ କୁମାର ନାଗ, ଦୁଲଦୁଲି କଳାକାର ମହେଶ୍ୱର ଜାଲ ଓ କୋଶଲି କବି ମଧୂସୁଦନ ନାଗଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ନେପାଳ ସାହୁ ମାନପତ୍ର ପଠନ କରିଥିଲେ । ଲାଠୋରର ବିଶିଷ୍ଟ କଳାକାର ଆର୍ତ୍ତତ୍ରାଣ ସୁନାନୀ କଂସ ଭୂମିକାରେ ଓ ସାଥୀ ବିଭିନ୍ନ ଭୂମିକାରେ ଅଭିନୟ କରୁଛନ୍ତି । ଆୟୋଜକ ମୁରିବାହାଲ ଧନୁଯାତ୍ରା ମହୋତ୍ସବ କମିଟିର କାର୍ଯ୍ୟକାରୀ ସଭାପତି ରାଜୀବ କୁମାର ମହାନ୍ତି, ବିଶ୍ୱବିହାରୀ ଯୋଶୀ, ସୁଦାମ ସାହୁ, ସାଧାରଣ ସମ୍ପାଦକ ତରୁଣ ପୋଢ଼, ଉପସଭାପତି ଲକ୍ଷ୍ମୀକାନ୍ତ ଧରୁଆ, ଶ୍ୟାମସୁନ୍ଦର ଝାଙ୍କର, ଦିବ୍ୟସୁନ୍ଦର ସାହୁ, ସଂପାଦକ ଭରତ ଦାସ, ପ୍ରେମାନନ୍ଦ ମାଝୀ, ସୁଜିତ ରଞ୍ଜନ ପାଢ଼ୀ, ଅଭିଳାଷ ବଘାର, କୋଷାଧ୍ୟକ୍ଷ ରମାରଞ୍ଜନ ପାତ୍ର, ପଦ୍ମଲୋଚନ ସାହୁ, ସାଂସ୍କୃତିକ ସମ୍ପାଦକ ପ୍ରମୁଖ ସୁଦର୍ଶନ ଦୀପ, ସାଂସ୍କୃତିକ ସମ୍ପାଦକ ରମେଶ କୁମାର ନାଗ, ଖଗେଶ୍ୱର ସାହୁ, ବୈରାଷ୍ଟ୍ର ପୋଢ଼, ସଂଯୋଜକ ସୁଧାଂଶୁ ପୋଢ଼ ଯାଦବ, ଆବାହକ ବାବୁଲାଲ କେତକୀ, ଯାଞ୍ଚ ଅଧିକାରୀ ଅନୀଲ କୁମାର ଶର୍ମା, ଉପଦେଷ୍ଟା ଚିନ୍ତାମଣି ମହାରଣା, ମଧୂସୁଦନ ନାଗ, କୁନ୍ତ ପୋଢ଼, ବାବୁଲି ରାଉତଙ୍କ ସହ ଆୟୋଜକ କମିଟିର ସମସ୍ତ କର୍ମକର୍ତ୍ତା ଏଥିରେ ସଂପୂର୍ଣ୍ଣ ସହଯୋଗ କରୁଛନ୍ତି ।

Leave A Reply

Your email address will not be published.