om academy

ଭଜନ ପ୍ରଭାତୀ ଗାୟକ ବିରଂଚି ନାଏକ ଖୋଲିବେ ୟୁଟ୍ୟୁବ୍ ଚେନାଲ୍

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଯାହାଙ୍କର ସୁମଧୂର କଣ୍ଠ ସାରା ଓଡିଶାରେ ପରିଚିତ, ସେ ହେଉଛନ୍ତି ବିରଂଚି ନାଏକ । ପ୍ରଭାତୀ ଭଜନ, ଝୁଲଣା ଦୋଳି, ସମ୍ବଲପୁରୀ ଦଣ୍ଡ ଏବଂ ଅନେକ ଗୀତ ଗାଇଛନ୍ତି । ବଲାଙ୍ଗିର ଜିଲ୍ଲାର କୁସଙ୍ଗ ଗ୍ରାମରେ ତାଙ୍କର ଜନ୍ମ, କିନ୍ତୁ ବରଗଡ଼ ଅଞ୍ଚଳରେ ସେ ସବୁବେଳେ କଳା ପ୍ରଦର୍ଶନ କରି ଆସୁଛନ୍ତି । ବରଗଡ଼ ଜିଲ୍ଲାର ନୃସିଂହ ନାଥ ମନ୍ଦିର ଏବଂ ଭାଙ୍ଗଖୁଟି ମା’ ତାରିଣୀ ପୀଠରେ ଯେ, କୈଣସି ପୂଜା ହୁଏ ବିରଂଚି ବାବୁ ଯୋଗ ଦେଇଥାଆନ୍ତି । ପଦ୍ମପୁର ଅଞ୍ଚଳରେ ସେ ବେଶ ପରିଚିତ । ପଦ୍ମପୁରକୁ ଆସିଲେ ବନ୍ଧୁମାନଙ୍କ ସହ ସାକ୍ଷାତ ହେଲେ ସେଇଠି ଆରମ୍ଭ ହୋଇଯାଏ ବିରଂଚି ବାବୁଙ୍କ ଗୀତ ପରିବେଷଣ । ବିଭିନ୍ନ କ୍ୟାସେଟ୍ ଗୀତ ଗାଇ ବେଶ୍ ପରିଚିତ ଥିବା ବିରଂଚି ନାୟକ ଏପର୍ଯ୍ୟନ୍ତ ତାଙ୍କର ୟୁଟ୍ୟୁବ ଚେନାଲ୍‌ କରିନାହାନ୍ତି । ସେଥିପାଇଁ ପଦ୍ମପୁର ଅଂଚଳ ବୁବୁଡ଼ା ଗ୍ରାମର ସୁରେନ୍ଦ୍ର ମେହେର ତାଙ୍କର ଗୋଟିଏ ୟୁଟ୍ୟୁବ ଚେନାଲ୍ ଖୋଲିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଅତି ଶୀଘ୍ର ବିରଂଚି ନାଏକଙ୍କ ଗୀତ ଏସଏମ୍ କ୍ରିଏସନ୍ ୟୁଟ୍ୟୁବ ଚେନାଲରେ ଶୁଣି ପାରିବେ । ୟୁଟ୍ୟୁବ ଚେନାଲ୍ ଖୋଲିବା ପାଇଁ ସୁରେନ୍ଦ୍ର ମେହେର ଫୋନ୍ ମାଧ୍ୟମରେ କଣ୍ଠ ଶିଳ୍ପୀ ବିରଂଚି ବାବୁଙ୍କ ସହ ବାର୍ତାଳାପ କଲାପରେ ବିରଂଚି ବାବୁ ସୁରେନ୍ଦ୍ର ମେହେରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.