
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି । ଏଥିରେ ବଲାଙ୍ଗିର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ବିପାଶା ବାଗ ୫୩୪ ମାର୍କ ରଖି ଟପ୍ପର ହୋଇଥିବା ନେଇ ଜଣାପଡ଼ିଛି । ବିପାଶା ବଲାଙ୍ଗିର ସହରର ଓମ୍ କୋଚିଙ୍ଗ୍ରେ ପାଠ ପଢୁଥିବା ବେଳେ ତାଙ୍କର କଠିନ ପରିଶ୍ରମ ବଳରେ ଆଜି ସେ ଏତେ ବଡ଼ ସଫଳତା ସାଉଁଟି ପାରିଛନ୍ତି । ତାଙ୍କର ଏହି ସଫଳତାକୁ ନେଇ ତାଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି ।