ମୁରିବାହାଲ – ଟିକ୍ରାପଡ଼ା ମୁଖ୍ୟ ରାସ୍ତାକଡ଼ରେ ବିପଦ ସଙ୍କୁଳ ଅବସ୍ଥାରେ ଶୁଖିଲା ଗଛ, କାଟିବାକୁ ଦାବୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ – ଟିକ୍ରାପଡ଼ା ମୁଖ୍ୟରାସ୍ତାର ଚଲକି ପଞ୍ଚାୟତ ଜାମପଦର ଗ୍ରାମର ଓଭର ହେଡ ପାଣି ଟାଙ୍କି ସାମ୍ନାରେ ଏକ ବଡ ଶୁଖିଲା ଆମ୍ବ ଗଛ ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ସେହିପରି ଇଛାପଡା ପଞ୍ଚାୟତ ଅନ୍ତର୍ଲା ଗ୍ରାମର ସତ୍ୟମ ମୋଟର ସାଇକେଲ ଗ୍ୟାରେଜ ପାଖରେ ମଧ୍ୟ ଏକ ବଡ ଶିପୋ ଗଛ ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି । ଏବେ ବର୍ଷା ଓ ପବନ ଯୋଗୁଁ କେତେବେଳେ ମଧ୍ୟ ଏହି ଶୁଖିଲା ଗଛ ଗୁଡ଼ିକ ମୁଖ୍ୟ ରାସ୍ତା ଉପରେ ପଡ଼ି ଧନଜୀବନ ହାନୀ ହେବାର ସମ୍ଭାବନା ରହିଛି । ଏଣୁ ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ଏହି ଉଭୟ ଶୁଖିଲା ଗଛଗୁଡ଼ିକୁ ମୁଖ୍ୟରାସ୍ତା ଦାୟିତ୍ୱରେ ଥିବା ପୂର୍ତ୍ତ ବିଭାଗ ସହିତ ଜଙ୍ଗଲ ବିଭାଗ ଓ ଦମକଳ ବିଭାଗ ପକ୍ଷରୁ ତୁରନ୍ତ ଦୃଷ୍ଟି ଦେଇ କାଟିବାକୁ ଅଞ୍ଚଳର ଜନସାଧାରଣଙ୍କ ପକ୍ଷରୁ ଦୃଢ଼ ଦାବି ହୋଇଛି ।

Leave A Reply

Your email address will not be published.