ବିପଦକୁ ଆମନ୍ତ୍ରଣ କରୁଛି ମୁକୁଳା ଟ୍ରାର୍ସଫର୍ମର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଜାମସେଠ ପଞ୍ଚାୟତ ଡୁଡୁକିଝରିଆ ଗାଁର ପତ୍ରାଗୁଡା ଯିବା ଛକ ନିକଟରେ ବିଦ୍ୟୁତ ବିଭାଗ ତରଫରୁ ୧୦୦କେଭିର ଟ୍ରାନ୍ସଫର୍ମର ଲାଗିଛି କିନ୍ତୁ ଟ୍ରାନ୍ସଫର୍ମରଠାରେ ମୁଖ୍ୟ ସ୍ୱିଚ କିମ୍ବା କୋଟଆଉଟ ମଧ୍ୟ ଲାଗି ନାହିଁ ବର୍ତ୍ତମାନ ସମୟରେ ବର୍ଷା ଋତୁରେ ଟ୍ରାନ୍ସଫର୍ମର ଉପରେ ଘାସ ଲତା ବଢିଚାଲିଛି ଟ୍ରାନ୍ସଫର୍ମର ମଧ୍ୟରେ ତାର ବାଡା ଗୋଟେ ମଧ୍ୟ ନାହିଁ ଯାଦ୍ୱାରା ଗାଈଗୋରୁ ଚରିବାକୁ ଗଲେ କାଲେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯିବାର ସମ୍ଭାବନା ରହିଛି ତଥା ସ୍କୁଲକୁ ଯିବା ଆସିବା କରୁଥିବା ଛୋଟଛୁଆମାନଙ୍କ ପ୍ରତି ମଧ୍ୟ ବିପଦ ହୋଇଯାଇଛି । ଏସବୁ ଦୃଷ୍ଟିରେ ଆସିଲାପରେ ଜନ ସାଧାରଣରେ ବେଶ ଉଦବେଗ ଦେଖା ଦେଇଛି । ଏଣୁ ତୁରନ୍ତ ବିଭାଗୀୟ ଅଧିକାରୀ ଏ ଦିଗରେ ଦୃଷ୍ଟି ଦେଇ ଗୋଟିଏ ବାଡ଼ା କରିବା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

Leave A Reply

Your email address will not be published.