ରୋତଠାରେ ସର୍ବଭାରତୀୟ ବିଞ୍ଝାଲ ସମାଜର ସାମାଜିକ ସଚେତନତା ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଗଲପୁର ବ୍ଳକ ରୋତଠାରେ ସର୍ବଭାରତୀୟ ବିଞ୍ଝାଲ ସମାଜ ପକ୍ଷରୁ ସାମାଜିକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଆଗଲପୁର ବ୍ଳକ ସଭାପତି ନବୀନ ବରିହାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସର୍ବ ଭାରତୀୟ ବିଞ୍ଝାଲ ସମାଜର ଉପଲାଟ ସଭାପତି ତଥା ବଲାଙ୍ଗିର ଜିଲ୍ଲା ସଭାପତି ଚନ୍ଦ୍ରଶେଖରବାଗ ମୁଖ୍ୟ ଅତିଥି, ବଲାଙ୍ଗିର ବ୍ଲକ ସଭାପତି କୁଶ ବରିହା, ଜିଲ୍ଲା ସଂପାଦକ ଗନ୍ଧର୍ବ ବରିହା, ଜିଲ୍ଲା କୋଷାଧ୍ୟକ୍ଷ ଯୁଗଳ କିଶୋର ବରିହା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ପ୍ରାରମ୍ଭରେ ସମାଜର ଇଷ୍ଟ ଦେବୀ ମା’ ବିନ୍ଧ୍ୟ ବାସିନୀଙ୍କ ପୂଜାର୍ଚ୍ଚନା ସହ ସାମୁହିକ ପ୍ରାର୍ଥନା କରାଯାଇଥିଲା । ସଭାରେ ନକଲି ଆଦିବାସୀ ହଟାଇବା, ହକ ଅଧିକାରୀ, ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ ନିୟମାବଳୀ ପାଳନ କରିବା, ନିଶା ନିବାରଣ, ନାରୀ ଶିକ୍ଷା ଉପରେ ଗୁରୁତ୍ବ ଦେବା, ଏକତା, ସାମାଜିକ ସଦୃଢ କରିବା ପାଇଁ ଆହ୍ୱାନ କରାଯାଇଥିଲା । ଠାକୁର ପ୍ରସାଦ ବରିହା, ମନବୋଧ ବରିହା ପ୍ରମୁଖଙ୍କ ସମେତ ଶତାଧିକ ସମାଜର କର୍ମକର୍ତ୍ତା ସଦସ୍ୟମାନେ ଉପସ୍ଥିତ ଥିଲେ । ଶେଷରେ ଆଗଲପୁର ବ୍ଳକ ସଭାପତି ନବୀନ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.