centurian jitm

ଦିବ୍ୟାଙ୍ଗ ଶିଶୁଙ୍କ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅବିଭାବକ ଭାବ ବିନିମୟ କାର୍ଯ୍ୟକ୍ରମ

nschool

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଶୁଖା କ୍ଳଷ୍ଟର ସ୍ଥିତ ଶୁଖା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ସାମଗ୍ରିକ ବିକାଶ ଉପରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅବିଭାବକମାନଙ୍କୁ ନେଇ ଏକଦିବସୀୟ ଓରିଏଣ୍ଟେସନ ଓ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀସମ୍ବଳ ଶିକ୍ଷକ ସୀତାରାମ ପଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକକୁ ସ୍ତାନୀୟ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁରେଶ କୁମାର ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ପ୍ରସନ୍ନ ଭୋସାଗର ଏବଂ ଛଞ୍ଚାଣି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ରବିନ୍ଦ୍ର ଜୁଆଡି ସମ୍ମାନିତ ଅତିଥିଭାବେ ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ଉନ୍ନତି ପାଇଁ ପିତାମାତା ଓ ଅବିଭାବକଙ୍କ ଭୂମିକା, ବିଭିନ୍ନ ସରକାରୀ ଯୋଜନାର ଉପଲବ୍ଧତା, ପ୍ରଶସ୍ଥ ମୋବାଇଲ ଆପର ବ୍ୟବହାର, ଅନ୍ତର୍ଭୁକ୍ତିକରଣ ଶିକ୍ଷା, ସୃଜନୀ ଶକ୍ତିର ବିକାଶ ପାଇଁ ନେବାକୁଥିବା ପଦକ୍ଷେପ ବିଷୟରେ ଆଲୋକପାତ କରିଥିଲେ । ଶୁଖା ଓ ସର୍ଗୁଲ୍ କ୍ଲଷ୍ଟରର ପ୍ରାୟ ୪୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅବିଭାବକ ଅଂଶଗ୍ରହଣ କରିଥିଲେ । ଅନ୍ତର୍ନିବେଶୀ ସ୍ଵେଚ୍ଛାସେବୀ ଲୋଚନ ସାହୁ ଓ ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଶେଷରେ ବିଆରଟି ମନୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.