ଜାତୀୟ ନାଟ୍ୟ ମହୋତ୍ସବର ୩ୟ ସନ୍ଧ୍ୟା : ଦର୍ଶକଙ୍କୁ ବିମୋହିତ କଲା କୋଲକତାର ନାଟକ “ବେହୁଲା ଆଜୋ”

ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ସହିଦ ସ୍ମୃତି ଭବନରେ ଓମ ନାଟ୍ୟ ସଂସ୍ଥାର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ଜାତୀୟ ନାଟ୍ୟ ମହୋତ୍ସବର ୩ୟ ସନ୍ଧ୍ୟାରେ ତିଲଜାଲା କଳ୍ପନ ନାଟ୍ୟଗୋଷ୍ଠୀ, କୋଲକତା ପ୍ରଯୋଜିତ ବେଙ୍ଗଲୀ ନାଟକ “ବେହୁଲା ଆଜୋ” ମଞ୍ଚସ୍ଥ ହୋଇଯାଇଛି । କଳ୍ପନା ବାରୁଆଙ୍କ ନିର୍ଦ୍ଦେଶିତ ନାଟକରେ ଶର୍ମିଲା ଚାଟାର୍ଜୀ, ଜବା ଶର୍ମା, ଚନ୍ଦ୍ରାଣୀ ନନ୍ଦୀ, ଦୀପାରାଣୀ ନେଓଗୀ, ପିୟାଶ୍ରୀ ବୋଷ, ପୌଲୋମି ଦାସ, ସାଇକତ ରୟ, ସୌରଭ ମିସ୍ତ୍ରୀ, ସୁମନ ଘୋଷ, ସାୟନ୍ତନ ଜାନା, କୃଷ୍ଣପ୍ରିୟ ଲାହା, ଅର୍ଣ୍ଣବ ଦାସ, ସାୟନ୍ତନ ମଜୁମଦାର ଓ କଳ୍ପନା ବାରୁଆ ଅଭିନୟ କରିଥିଲେ । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ଓ ମୁଖ୍ୟ ବକ୍ତାଭାବେ ନଗରପାଳ କୃଷ୍ଣଓନନ୍ଦ ମହାନ୍ତି ଆଜି ସନ୍ଧ୍ୟାର ନାଟକର ଉଦଘାଟନ କରିବା ସହ ବାରିପଦାରେ ଜାତୀୟ ନାଟ୍ୟ ମହୋତ୍ସବର ପରିକଳ୍ପନା କରିଥିବା ଓମ ନାଟ୍ୟ ସଂସ୍ଥାର ପ୍ରୟାସ ପାଇଁ ପ୍ରଶଂସା କରିଥିଲେ । ସଂସ୍ଥାର ସମ୍ପାଦକ ଜ୍ଞାନ ରଞ୍ଜନ ପଣ୍ଡା ମଞ୍ଚ ପରିଚାଳନା କରିଥିବାବେଳେ ପ୍ରତିଷ୍ଠାତା ବିଶିଷ୍ଟ ଅଭିନେତା ନିର୍ଦ୍ଦେଶକ ଧୀର ବଶା ଧନ୍ୟବାଦ ଅର୍ପଣ କରିଥିଲେ । ଅଭିନେତାମାନଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କୁ ବିମୋହିତ କରିଥିଲା । ଏହି ମହୋତ୍ସବ ଚଳିତ ମାସ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଆସନ୍ତା କାଲି ଜୀବନ ରେଖା, ଭୁବନେଶ୍ୱର ପ୍ରଯୋଜିତ ଓଡ଼ିଆ ନାଟକ “କମଳା” ମଞ୍ଚସ୍ଥ ହେବବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି ।

Leave A Reply

Your email address will not be published.