ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ କୂଳପତିଙ୍କ ଦ୍ୱାରା ପ୍ରତିଯୋଗିତା ପୋଷ୍ଟର ବିମୋଚନ

ବଲାଙ୍ଗିର, (ଦେବାଶିେ ମିଶ୍ର) : ଭାରତୀୟ ଶିକ୍ଷଣ ମଣ୍ଡଳ ଦ୍ୱାରା “ସୁଭାଷ – ସ୍ୱରାଜ-ସରକାର” ଶୋଧପତ୍ର ଲିଖନ ପ୍ରତିଯୋଗିତାର ପୋଷ୍ଟର ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର କୂଳପତି ପ୍ରଫେସର ଉମାବଲ୍ଲଭ ମହାପାତ୍ରଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଶିକ୍ଷଣ ମଣ୍ଡଳର ପଶ୍ଚିମ ପ୍ରାନ୍ତୀୟ ଉପାଧ୍ୟକ୍ଷ ପ୍ରଫେସର ତରୁଣ କୁମାର ମିଶ୍ର, ପ୍ରାନ୍ତୀୟ ବିସ୍ତାରକ ଉମେଶ ସିଂ ଜୀ, ବରିଷ୍ଠ ସଦସ୍ୟ ଧର୍ମବ୍ରତ ରଥ ତଥା ସଭ୍ୟ ଦିବାକର ହୋତା ପ୍ରମୁଖ ଉନ୍ମୋଚନ ସମୟରେ ଉପସ୍ଥିତ ଥିଲେ । ଉକ୍ତ ପ୍ରତିଯୋଗିତା ପାଇଁ ଯେ କୋ÷÷ଣସି ସ୍ନାତକ କିମ୍ବା ତା’ଠାରୁ ଅଧିକ ଡିଗ୍ରୀଧାରୀ କିମ୍ବା ୪୦ ବର୍ଷରୁ କମ୍‌ ବ୍ୟକ୍ତି ବିଶେଷ ୩୦ ଅଗଷ୍ଟ ସୁଦ୍ଧା ପଞ୍ଜିକରଣ କରି ୨୫ ସେପ୍ଟେମ୍ବର ସୁଦ୍ଧା ନିଜର ଶୋଧ ପତ୍ର ଅନ୍‌ଲାଇନରେ ପଠାଇ ପାରିବେ । ଆଗ୍ରହୀ ବ୍ୟକ୍ତି ବିଶେଷ ସବିଶେଷ ବିବରଣୀ ପାଇଁ ନିକଟସ୍ଥ କଲେଜ କର୍ତ୍ତୃପକ୍ଷଙ୍କ ସହ ଯୋଗଯୋଗ କରିପାରିବେ । କୃତି ଛାତ୍ରଛାତ୍ରୀଙ୍କୁ ଦିଲ୍ଲୀରେ ପୁରସ୍କୃତ କରି ସ୍କୋଲରସିପ୍‌ ପାଇବାର ବ୍ୟବସ୍ଥା କରାଯାଇଛି । ଉକ୍ତ ଶୋଧ ପତ୍ରର ପୋଷ୍ଟର ସ୍ଥାନୀୟ ଆୟୁର୍ବେଦିକ କଲେଜ, ମହିଳା ମହାବିଦ୍ୟାଳୟ, ବଲାଙ୍ଗିର ସରକାରୀ ମହାବିଦ୍ୟାଳୟର ଅଧିକାରୀ ଗଣଙ୍କୁ ପ୍ରଦାନ କରି ପ୍ରତିଯୋଗିତା ସମ୍ପର୍କରେ ଆଲୋଚନା କରାଯାଇଛି । ଜିଲ୍ଲାର ଅନ୍ୟାନ୍ୟ କଲେଜ କର୍ତ୍ତୃପକ୍ଷମାନଙ୍କୁ ମଧ୍ୟ ଏ ସଂପର୍କରେ ଅବଗତ କରାଯାଇଛି ।

Leave A Reply

Your email address will not be published.