ଖୁବଶୀଘ୍ର ଉଡିବାକୁ ଯାଉଛି ବିମାନ ରାଉରକେଲା ବିମାନ ଘାଟିରୁ : ବ୍ୟୁରୋ ଅଫ ସିଭିଲ ଆଭିଏସନ ଡିଜି ଉଷା ପାଢୀ

ରାଉରକେଲା : ଖୁବଶୀଘ୍ର ଉଡିବାକୁ ଯାଉଛି ବିମାନ ରାଉରକେଲା ବିମାନ ଘାଟିରୁ ବୋଲି ବ୍ୟୁରୋ ଅଫ ସିଭିଲ ଆଭିଏସନ ଡିଜି ଉଷା ପାଢୀ ସୂଚନା ଦେଇଛନ୍ତି । ଆଜି ଡିଜି ଓ ତାଙ୍କ ଟିମ୍ ରାଉରାକେଲା ବିମାନ ଘାଟି ପରିଦର୍ଶନ କରିବା ପରେ ଏହା ଆଶା କରାଯାଉଛି । ତେବେ ଆସନ୍ତା ଦେଢ ବର୍ଷ ମଧ୍ୟରେ ଏୟାର ପୋର୍ଟ କାମ ସରିବ ବୋଲି କୁହାଯାଇଛି । ଏହା ସହ ରନୱେର ସମ୍ପ୍ରସାରଣ ସାଙ୍ଗକୁ ଅନ୍ୟ ବ୍ୟବସ୍ଥା ମଧ୍ୟ କରାଯିବ । ଏହି ବିମାନ ବନ୍ଦର ତିଆରି ହେବା ପ୍ରସଙ୍ଗକୁ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ବସିିଥିଲା । ଏଥିରେ ଆରଏସପି ସିଇଓ ଓ ବିଭିନ୍ନ ଘରୋଇ ଏୟାର ଲାଇନ୍ସ , ରାଉରକେଲା ଜିଲ୍ଲା ପ୍ରଶାସନଙ୍କ ସମେତ ଏସଆଇର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.