om academy

ଜୟପୁର ବିମାନବନ୍ଦରରୁ ପ୍ରତିଦିନ ଉଡ଼ିବ ବିମାନ

jsm

ଜୟପୁର : ଜୟପୁର ବିମାନବନ୍ଦରରୁ ଏଣିକି ସପ୍ତାହର ସବୁଦିନ ବିମାନ ଉଡ଼ିବ । ରବିବାର ମଧ୍ୟ ଭୁବନେଶ୍ୱର-ଜୟପୁର-ବିଶାଖାପାଟଣାକୁ ବିମାନ ଚଳାଚଳ କରିବ ବୋଲି ଇଣ୍ଡିଆ ଓ୍ବାନ୍‌ ଏୟାର ପକ୍ଷରୁ କୁହାଯାଇଛି । ଅନ୍ୟ ଦିନ ଭଳି ରବିବାର ପୂର୍ବାହ୍ନ ୧୧ଟା୧୦ରେ ବିମାନ ଭୁବନେଶ୍ୱରରୁ ବାହାରି ଜୟପୁରରେ ୧୨ଟା ୫୫ରେ ପହଞ୍ଚିବ । ଅପରାହ୍ନ ୧ଟା୧୫ରେ ବିଶାଖାପାଟଣା ଅଭିମୁଖେ ଉଡ଼ାଣ କରି ୨ଟା୫ରେ ସେଠାରେ ପହଞ୍ଚିବ । ୨ଟା ୩୫ରୁ ବିଶାଖାପାଟଣାରୁ ବାହାରି ଜୟପୁରରେ ୩ଟା୧୫ରେ ପହଞ୍ଚିବ । ଜୟପୁର ବିମାନବନ୍ଦରରୁ ୩ଟା୪୦ରେ ବାହାରି ଭୁବନେଶ୍ୱରରେ ୫ଟା୨୫ରେ ପହଞ୍ଚିବ । ଏନେଇ ରବିବାର ଜୟପୁର ବିମାନବନ୍ଦରରୁ ସିଡ୍ୟୁଲ ଅନୁଯାୟୀ ଯାତ୍ରୀ ଧରି ବିମାନ ଯାତ୍ରା କରିଥିବା ଅଧୀକ୍ଷଣ ଯନ୍ତ୍ରୀ ଭାସ୍କର ସାମନ୍ତରାୟ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.