ଆସନ୍ତା ୩୧ରୁ ଜୟପୁରକୁ ଉଡ଼ିବ ବିମାନ

ଜୟପୁର : ଆସନ୍ତା ୩୧ ତାରିଖରୁ କୋରାପୁଟ ଜିଲ୍ଲା ଜୟପୁରକୁ ଉଡ଼ିବ ବିମାନ । ଏ ନେଇ ଇଣ୍ଡିଆ ୱାନ୍‌ ଏୟାର ବିମାନ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି । ଯାତ୍ରୀମାନେ indiaoneair.com ୱେବସାଇଟରେ ୯୯୯ ଟଙ୍କାରେ ଟିକେଟ ବୁକିଂ କରିବାର ସୁବିଧା ପାଇପାରିବେ । ଏହା ପୂର୍ବରୁ କମ୍ପାନୀ ପକ୍ଷରୁ ଟ୍ରାଏଲ ରନ୍‌ କରାଯାଇଥିଲା । ଜୟପୁର ଏୟାରପୋର୍ଟକୁ ବିମାନ ଉଡ଼ାଣ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଅନୁମତି ଦେଇଥିଲା ।

Leave A Reply

Your email address will not be published.