ବିଲାସିନୀ ମେମୋରିଏଲ ଫୁଟବଲ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବିଡିଘାଟ ପଂଚାୟତର ଚାଣ୍ଟିମୁଣ୍ଡା ଗ୍ରାମରେ ଦ୍ୱି-ଦିବସୀୟ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ସ୍ଥାନୀୟ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ସ୍ଥାନୀୟ ଗ୍ରାମାଞ୍ଚଳର ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ଏହି ପ୍ରତିଯୋଗିତା ପ୍ରତି ବର୍ଷ ସ୍ଥାନୀୟ ଦେବାଶିଷ ପାଣ୍ଡିଆ ଆୟୋଜନ କରନ୍ତି । ଗାଁର ବରିଷ୍ଠ ସନାତନ ନାଥ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ସ୍ଥାନୀୟ ଯୁବପିଢୀଙ୍କୁ ନେଇ କିଭଳି ଭାବରେ ନିଜସ୍ୱ ପରିଚୟ ସୃଷ୍ଟି କରିବେ ସେ ଦିଗରେ ବିଶେଷ ଆକର୍ଷଣ କରିଛନ୍ତି ଆୟୋଜକ ଦେବାଶିଷ ପାଣ୍ଡିଆ । ପ୍ରତିଯୋଗିତାକୁ ଉମାପତି ନାଥ, ରଘୁପତି ନାଥ, ଶିବାଶିଷ ପୁରୋହିତ, ପ୍ରମାଶିଷ ପାଣ୍ଡିଆ ସହଯୋଗ କରିବା ବେଳେ ଖେଳ ପରିଚାଳନା ବିଶ୍ୱଜିତ ନାଥ କରିଥିଲେ । ପ୍ରଥମ ଦିନର ଚାଣ୍ଟିମୁଣ୍ଡା ଏବଂ ଦୁଆନପାଲି ପ୍ରଥମ ସେମିଫାଇନାଲ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.