ବିଳମ୍ବିତ ରାତିରେ ମେଡିକାଲ କର୍ମଚାରୀଙ୍କୁ ମାଡ଼ : ଥାନାରେ ମାମଲା ରୁଜୁ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଅବସ୍ତିତ ଗଞ୍ଜାମ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସିକ୍ୟୁରିଟି ଓ ସୁଇପର୍‌ଙ୍କୁ ରବିବାର ବିଳମ୍ବିତ ରାତିରେ ମାଡ଼ ମରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି କେଶ ନମ୍ବର ୧୭୨/୨୪ରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ କରିଛି ପୋଲିସ । ମେଡିକାଲ ସମ୍ମୁଖରେ ଥିବା ମେଡ଼ିସିନ୍‌ ଷ୍ଟୋର୍‌ରେ ଲାଗିଥିବା ସିସିଟିଭି ଯାଞ୍ଚ କରି ଦୋଷୀକୁ ଖୋଜି ବାହାର କରାଯିବ ବୋଲି ଗଞ୍ଜାମ ଥାନା ପୋଲିସ ପକ୍ଷରୁ କୁହାଯାଇଛି । ମିଳିଥିବା ସୂଚନା ଅନୁଯାଇ, ରବିବାର ରାତିରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ମେଡିକାଲ୍‌ ଆସି ଡାକ୍ତର କାହାନ୍ତି ବୋଲି ପଚାରିଥିଲେ । କଣ ହୋଇଛି କୁହ ବୋଲି ପଚାରିବା ପରେ ଉତ୍‌କ୍ଷିପ୍ତ ହୋଇ ଉକ୍ତ ଯୁବକ ଜଣକ ସୁଇପର୍‌ ଗୋପାଳ ନାୟକ ଓ ସିକ୍ୟୁରିଟି ଗାର୍ଡ ସିମାଞ୍ଚଳ ବେହେରାଙ୍କୁ ମାଡ଼ ମାରିଥିଲେ ବୋଲି ଅଭିଯୋଗ ହୋଇଛି । ଏହି ଘଟଣାରେ ପରେ ଏସ୍‌ଡିପିଓ ଗୌରହରୀ ସାହୁ ଗଞ୍ଜାମ ସ୍ୱାସ୍ଥ୍ୟ କେନ୍ଦ୍ର ଆସି ଅଭିଯୋଗକାରୀଙ୍କ ବୟାନ ରେକର୍ଡ କରିଥିବା ଜଣାପଡିଛି ।

Leave A Reply

Your email address will not be published.