oom

ସରକାରୀ ସହାୟତା ପ୍ରଦାନରେ ଅହେତୁକ ବିଳମ୍ବ : ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ହିତାଧିକାରୀ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ସହାୟତା ପ୍ରଦାନରେ ଅହେତୁକ ବିଳମ୍ବ ହୋଇଥିବା ଅଭିଯୋଗ ନେଇ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଜଣେ ହିତାଧିକାରୀ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ ଅଧୀନସ୍ଥ ଦେଉଲଗାଁ ଗ୍ରା.ପ.ର ଘୁନ୍‌ଘୁଟିପାଲି ନିବାସୀ ଶୋଭାବନ ବାରଲେଣ୍ଡିଆ ଜଣାଇଛନ୍ତି ଯେ, ଗତ ଅଗଷ୍ଟ ମାସ ୧୬ ତାରିଖ ଦିନ ପ୍ରବଳ ବର୍ଷା ଯୋଗୁଁ ତାଙ୍କ ଘର କାନ୍ଥ ଭୁଷୁଡ଼ି ପଡ଼ିଥିବା ବେଳେ ମାଟି ତଳେ ଚାପି ପୋତି ହୋଇ ଘଟଣା ସ୍ଥଳରେ ତାଙ୍କ ଝିଅ ଦୀପାର ପ୍ରାଣହାନୀ ଘଟିଥିଲା । ଏଥି ସହିତ ଏହି ଅଘଟଣରେ ତାଙ୍କ ପୁଅ ଆଂଶିକ ଆହତ ହୋଇଥିଲା ଓ ତାଙ୍କ ପତ୍ନୀଙ୍କ ଗୋଡ଼ ଭାଙ୍ଗି ଯାଇଥିଲା । ତେବେ ଏହି ଦୁର୍ଘଟଣାର ଖବର ପାଇ ତୁରନ୍ତ ପାଟଣାଗଡ଼ ଉପଜିଲ୍ଲାପାଳ, ତହସିଲ୍‌ଦାର ଏବଂ ରାଜସ୍ୱ ନିରୀକ୍ଷକ ତଥା ଅନେକ ଉଚ୍ଚାଧିକାରୀ ଓ ନେତୃବୃନ୍ଦ ଘଟଣା ସ୍ଥଳରେ ପହଂଚି ସରକାରୀ ସହାୟତା ସ୍ୱରୂପ ୪ ଲକ୍ଷ ଟଙ୍କା ଘୋଷଣା କରିଥିଲେ । ସେମାନଙ୍କ ଘୋଷଣା ମୁତାବକ ସହାୟତା ଅନୁଦାନ ପାଇବା ପାଇଁ ତାଙ୍କ ସ୍ତ୍ରୀଙ୍କ ବ୍ୟାଙ୍କ ଜମାଖାତା, ଝିଅର ମୃତ୍ୟୁ ପ୍ରମାଣପତ୍ର ସହ ଅନ୍ୟାନ୍ୟ ଆବଶ୍ୟକ କାଗଜପତ୍ର ଦାଖଲ କରିଥିଲେ ସୁଦ୍ଧା ଆଜି ପର୍ୟ୍ୟନ୍ତ ସେ ସହାୟତା ରାଶି ପାଇବାରୁ ବଂଚିତ ହୋଇଛନ୍ତି । ଏପରିକି ମୁଣ୍ଡ ଗୁଂଜିବା ପାଇଁ ସରକାରୀ ଆବାସ ଗୃହଟିଏ ମଧ୍ୟ ତାଙ୍କୁ ଦିଆ ଯାଇନଥିବା ଅତ୍ୟନ୍ତ କ୍ଷୋଭର ସହ ସେ ପ୍ରକାଶ କରିଛନ୍ତି । ତେବେ ଜିଲ୍ଲାପାଳଙ୍କୁ ଶ୍ରୀ ବାରଲେଣ୍ଡିଆ ତୁରନ୍ତ ସହାୟତା ପ୍ରଦାନ ସହ ସରକାରୀ ଆବାସ ଖଣ୍ଡେ ଯୋଗାଇ ଦେବା ପାଇଁ ନିବେଦନ କରିଛନ୍ତି ।

jittmm
Leave A Reply

Your email address will not be published.