ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ଜିଲ୍ଲା ସଭାପତି ଅନୀଲ ମେହେରଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସର ନେତା ଓ କର୍ମୀ ରାଜ୍ୟ ସରକାର ଓ ବିଦ୍ୟୁତ୍ ବିଭାଗ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସ୍ଥାନୀୟ ବିଦ୍ୟୁତ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରେ କଂଗ୍ରେସ ପକ୍ଷରୁ ନାରାବାଜି କରାଯାଇଥିଲା । ଏହି ଅବସରରେ ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ଏକ ଛତ୍ରବାଦ ସରକାର ବିରୁଦ୍ଧରେ ବକ୍ତବ୍ୟରେ କହିଥିଲେ, ଦଳ ସରକାରକୁ ଆସିବା ପୂର୍ବରୁ ପ୍ରତିଶୃତି ଦେଇ ବିଦ୍ୟୁତ୍ ଗ୍ରାହକକୁ ପ୍ରତାରଣା କରିଛି । ୩୦୦ ୟୁନିଟ ମାଗଣା ବିଜୁଳି ପ୍ରଦାନ ଏକ ନିର୍ବାଚନୀ ଚାଲ ଓ ମିଥ୍ୟା ପ୍ରତିଶୃତି ଥିଲା । ଆଗାମୀ ଦିନରେ କଂଗ୍ରେସ ବ୍ଲକ ସ୍ତରରେ ଆନ୍ଦୋଳନ କରିବା ସହ ସାଧାରଣ ଜନତାକୁ ସଚେତନ କରିବ ବୋଲି କହିଥିଲେ । ସେହିପରି ଟାଟା ପାୱାର କମ୍ପାନିକୁ ହାତବାରିସି କରି ଗରିବ ଗ୍ରାହକମାନଙ୍କଠାରୁ କୋଟିକୋଟି ଟଙ୍କା ଶୋଷଣ କରାଯାଉଛି । ତେଣୁ ପ୍ରସ୍ତାବରେ ଥିବା ସ୍ମାର୍ଟ ମିଟରକୁ ବନ୍ଦ କରାଯାଉ ଏବଂ ମଗାଯାଉଥିବା ଅତିରିକ୍ତ ସୁରକ୍ଷା ଜମାରାଶି ପ୍ରତ୍ୟାହାର କରାଯାଉ ବୋଲି ଦାବି କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକର ପ୍ରତିନିଧି କର୍ମୀ ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
Next Post