oom

ବିଦ୍ୟୁତ କର୍ମଚାରୀ ଏକତା ମଞ୍ଚର ବିକ୍ଷୋଭ ଦ୍ୱିତୀୟ ଦିନରେ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଦ୍ୟୁତ କର୍ମଚାରୀ ଏକତା ମଞ୍ଚର ଆହ୍ଵାନ କ୍ରମେ ବିଭିନ୍ନ ଦାବୀ ପୂରଣ ପାଇଁ ବଲାଙ୍ଗିର ବିଦ୍ୟୁତ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଭାବେ ଓପିଟିସିଏଲ୍ ଲାଲଟିକ୍ରା ଗ୍ରୀଡ ଓ ଡିଜିଏମ୍ ଅଫିସ ସମ୍ମୁଖରେ ଦ୍ଵିତୀୟ ଦିନରେ କଳା ବ୍ୟାଚ ପିନ୍ଧି ଓପିଟିସିଏଲ୍ ମ୍ୟାନେଜମେଣ୍ଟ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିରେ କର୍ମଚାରୀମାନଙ୍କ ଦରମା ତାରତମ୍ୟ ଦୂର କରିବା, ନୂତନ ମଜୁରୀ ନିର୍ଦ୍ଧାରଣ କରି ତା.୧.୦୪.୨୦୨୦ରୁ ଲାଗୁ କରିବା, ସମସ୍ତ ଦରମାଗତ ଅସଙ୍ଗତ ଦୂର କରିବା, ୨୫୩୦ ଓ ୩୩୩୦ ଗ୍ରେଡ୍ ପେ ହଟାଇବା, କର୍ମଚାରୀମାନଙ୍କୁ ବିଦ୍ୟୁତ ଭତ୍ତା ଯୋଗାଇବା ଇତ୍ୟାଦି କର୍ମଚାରୀମାନଙ୍କ ନ୍ୟାର୍ଯ୍ୟ ଦାବୀ ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏକତା ମଞ୍ଚ ପକ୍ଷରୁ ପବିତ୍ର ଖୁଣ୍ଟିଆ, ସମ୍ବିତ ପଣ୍ଡା, ସୁରେନ୍ଦ୍ର ସେଠ, ଅମିତାଭ ଦାସ, ସର୍ଜନ ବାରିକ, ରାମକୁମାର ସା’, ମନୋରଞ୍ଜନ ଓଝା, କମଲ ରାଉତ, ଶ୍ରୀଧର ପଣ୍ଡା, ସନ୍ତୋଷ ସୁଆର, ଶେଷବିନ୍ଦୁ ପ୍ରଧାନ, ପ୍ରଶାନ୍ତ ଖଟୁଆ, ହରିହର ପଧାନ ଏବଂ ଅନ୍ୟ କର୍ମଚାରୀମାନେ ଯୋଗଦେଇ ଆଗାମୀ ଦିନରେ ମ୍ୟାନେଜମେଣ୍ଟ ତରଫରୁ କୌଣସି ପ୍ରକାର ଆଲୋଚନା କରି ଦାବୀ ପୂରଣ ନ ହେଲେ ଆଗାମୀ ୧୬.୦୫.୨୦୨୩ ତାରିଖରେ ଭୁବନେଶ୍ଵର ଓପିଟିସିଏଲ୍ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଓଡିଶାର ସମସ୍ତ ବିଦ୍ୟୁତ କର୍ମଚାରୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

jittmm
Leave A Reply

Your email address will not be published.