ଚାଉଳ କାଟ ପ୍ରତିବାଦରେ କର୍ଲାମୁଣ୍ଡା ବ୍ଲକ ସମ୍ମୁଖରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ

କଳାହାଣ୍ଡି, (ନରୋତ୍ତମ ସେଲମା) : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମିଳୁଥିବା ଚାଉଳରୁ ୫କେଜି କାଟିଥିବା ଅଭିଯୋଗ କରି ବିଜେଡି ପକ୍ଷରୁ ଆଜି କର୍ଲାମୁଣ୍ଡା ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଯୁବନେତା ଦଳଜିତ ସିଂ, ବ୍ଲକ ସଭାପତି ସୁରେନ୍ଦ୍ର ସାହୁ, ବ୍ଲକ ଅଧ୍ୟକ୍ଷା କୁନି ସାହୁ, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ ସାହୁ, ବ୍ଲକ ଯୁବ ବିଜେଡି ସଭାପତି ସଂଗୀତ ଭୋଇ, ଛାତ୍ର ବିଜେଡି ବ୍ଲକ ସଭାପତି ସଲିମ ଶେଖର ରଣା, ଯୁବ ବିଜେଡି ଡିଜିଟାଲ ସଂଯୋଜକ ତ୍ରିଶଙ୍କ ରଣା, ପୂର୍ବତନ ସରପଞ୍ଚ ସଂଯୁକ୍ତା ସାହୁ, ଯୁବ ସଂଗଠକ ପ୍ରଦୀପ ସାହୁ, ଯୁବ ବିଜେଡି ଜିଲ୍ଲା ସମ୍ପାଦକ ନନ୍ଦିକିଶୋର ଭୋଇ, ଦୀନବନ୍ଧୁ ସାହୁ, ବିରଞ୍ଚି ରଣା, ପୂର୍ବତନ ସମିତି ସଭ୍ୟ ସିମାଞ୍ଚଳ ଭୋଇ, ବିଦେଶୀ ଘିଭେଳା, ଅର୍ଜୁନ ସାହୁ, ନନ୍ଦକିଶୋର ରଣାଙ୍କ ସମେତ ଶହ ଶହ କର୍ମୀ ଯୋଗଦେଇ କେନ୍ଦ୍ର ବିରୁଦ୍ଧରେ ନାରାବାଜି କରିଥିଲେ । ଏହି ଅବସରରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଏହାପୂର୍ବରୁ ରିଞ୍ଜା ଛକଠାରୁ କର୍ମୀମାନେ ଏକ ଶୋଭାଯାତ୍ରାରେ ଆସି ବ୍ଲକ ସମ୍ମୁଖରେ ପହଂଚିଥିଲେ ।

Leave A Reply

Your email address will not be published.