ଉନ୍ନୟନ ମୂଳକ କାର୍ଯ୍ୟରେ ଗୋପାଳପୁର ଏନ.ଏ.ସି.ରେ ବ୍ୟାପକ ଦୁର୍ନୀତି ଅଭିଯୋଗରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଆଜକୁ ତିନି ବର୍ଷ ହେଲା ହୋଇଆସିଥିବା ଉନ୍ନୟନ ମୂଳକ କାର୍ଯ୍ୟରେ ଅର୍ଥ ଆତ୍ମସାତ ସାଂଗକୁ ବ୍ୟାପକ ଦୁର୍ନୀତି, କାର୍ଯ୍ୟରେ ଅନିୟମିତତା ହୋଇଥିବା ଆମ୍ ଆଦମୀ ପାର୍ଟି ପକ୍ଷରୁ ଅଭିଯୋଗ ହୋଇଛି । ଆମ୍ ଆଦମୀ ପାର୍ଟି ର ଜିଲ୍ଲା ସଭାପତି ପି. ନୀଳକଣ୍ଠ ରେଡ୍ଡୀଙ୍କ ନେତ୍ତୃତ୍ଵରେ ବିରାଟ ଶୋଭାଯାତ୍ରା ବହାରି ସହର ପରିକ୍ରମା କରି ଗୋପାଳପୁର ଏନ.ଏ.ସି. କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଓଡ଼ିଶାର ତଥା ଭାରତ ସରକାରଙ୍କ ପର୍ଯ୍ୟଟନ ସ୍ଥଳରେ ଗୋପାଳପୁର ବେଳାଭୂମି ଏକ ସ୍ଵତନ୍ତ୍ର ସ୍ଥାନ ପାଇଛି । ଏହା ଏକ ପର୍ଯ୍ୟଟନ ସ୍ଥଳୀ ଭାବରେ ଆସୁଥିବା ବହୁ ଉନ୍ନୟନ ମୂଳକ କାର୍ଯ୍ୟ, ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ପାର୍କ, ଆଲୋକୀକରଣ ଆଦି ମୌଳିକ କାର୍ଯ୍ୟରେ କୋଟି କୋଟି ଟଙ୍କା ବାଟମାରଣା, ଅବା ଅର୍ଥ ଆତ୍ମସାତ ହୋଇଥିବ ଅଭିଯୋଗ ହୋଇଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ ଏବଂ ଭିଜିଲାନ୍ସ ଚଢ଼ାଉ, କ୍ରାଇମ୍ ବ୍ରାଞ୍ଚ ତଦନ୍ତ ହେବାକୁ ଦାବୀ ହୋଇଛି । ଏହି ଶାନ୍ତିପୂର୍ଣ୍ଣ ଧାରଣାରେ ରାଜ୍ୟ ସଂଗଠନ ସମ୍ପାଦକ କଲ୍ୟାଣ ଆନନ୍ଦ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀନିବାସ ରେଡ୍ଡୀ, ଜିଲ୍ଲା ସଭାପତି ସୁବାସ ରାଉତ, ସମ୍ପାଦକ ଆଦିତ୍ୟ ରଥ, ଯୁବ ଜିଲ୍ଲା ସମ୍ପାଦକ ଅଜାମ୍ବିଳ ବିଶ୍ୱାଳ, ଉପ-ସଭାପତି ଶିବା ରେଡ୍ଡୀ, ସମ୍ପାଦକ ମନୋଜ ରେଡ୍ଡୀ, ଶ୍ୟାମଘନ ଗୌଡ଼, କ୍ରିଷ୍ଣା ରେଡ୍ଡୀ, ଦାମୋଦର ବେହେରା, ଲାଲୀ ଗୌଡ଼, ବହୁତ କର୍ମୀ ଓ ସ୍ଥାନୀୟ ବାସିନ୍ଦା ବହୁ ସଂଖ୍ୟାରେ ସାମିଲ ହୋଇ ଗୋପାଳପୁର ଏନ.ଏ.ସି. କାର୍ଯ୍ୟାଳୟ ଉନ୍ନୟନ ମୂଳକ କାର୍ଯ୍ୟର ଦୁର୍ନୀତି ସମ୍ପର୍କରେ ସ୍ୱର ଉତ୍ତୋଳନ କରିଥିଲେ । ଏହାର ସମାଧାନ ନ ହେଲେ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଅବା ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେବେ ବୋଲି ପ୍ରଶାସନ ଆଗରେ ଚେତାବନୀ ଦିଆଯାଇଛି । ବିରାଟ ଶୋଭାଯାତ୍ରା ସହ ପ୍ରଶାସନଙ୍କ ଦୁର୍ନୀତି ଉପରେ ବିଭିନ୍ନ ନାରାବାଜି ସ୍ଲୋଗାନ ଦେବା ସାଂଗକୁ ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ଏବଂ ପ୍ରତୀକ ଧାରଣା ଦିଆଯାଇଛି ।

Leave A Reply

Your email address will not be published.