oom

ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସରରେ ଏ.ଆଇ.ଟି.ୟୁ.ସି. ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅଗଷ୍ଟ ୯ ତାରିଖ ଐତିହାସିକ କ୍ରାନ୍ତି ଦିବସ ଅଵସରରେ ଏ.ଆଇ.ଟି.ୟୁ.ସି. ସହ-ଅନୁବନ୍ଧିତ ବିଭିନ୍ନ ସଂଗଠନର କର୍ମଚାରୀ, କୃଷକ, ଶ୍ରମିକଙ୍କ ସମେତ ଗଞ୍ଜାମ ଜିଲ୍ଲାର ନିଖିଳ ଓଡିଶା ଅଙ୍ଗନୱାଡ଼ି କର୍ମୀ ମହାସଂଘର ସମାବେଶ ବିଶେଷ ପ୍ରଭାବିତ କରିଥିଲା । ଏହି ବିଶାଳ ରାଲିରେ ପ୍ରାୟତଃ ପାଞ୍ଚହଜାର ଅଙ୍ଗନାବାଡ଼ି କର୍ମୀ, ସହକର୍ମୀ, ପାଚିକାଙ୍କ ସମାବେଶ ହୋଇଥିଲା । କେନ୍ଦ୍ରର ମୋଦୀ ସରକାରଙ୍କ ବିରୁଦ୍ଧରେ କର୍ମୀ ଓ ନେତ୍ତୃବର୍ଗ ଗର୍ଜିଥିଲେ । ମଣିପୁରରେ ଘଟିଥିବା ହିଂସାକାଣ୍ଡ ଏବଂ ମହିଳାମାନଙ୍କ ଉପରେ ହୋଇଥିବା ଅନ୍ୟାୟ ଓ ଅବିଚାର ବିରୁଦ୍ଧରେ ଉତ୍କଳ ମହିଳା ସମିତି ଗଞ୍ଜାମ ଜିଲ୍ଲା ପରିଷଦ ପକ୍ଷରୁ ଦୃଢ଼ ପ୍ରତିବାଦ କରାଯାଇଥିଲା । ଏହି ଅଦ୍ଭୂତପୂର୍ବ ସମାବେଶରେ ସେମାନଙ୍କର ମୌଳିକ ଦାବୀ ଉପସ୍ଥାପନ ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏବଂ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଗୋଚରାର୍ଥେ ଏକ ସ୍ମାରକପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ନିର୍ମାଣ ଶ୍ରମିକମାନଙ୍କ ନବୀକରଣ, ପଞ୍ଜିକରଣ ଓ ସହାୟତା ରାଶି ପ୍ରଦାନ, ଦରଦାମ ବୃଦ୍ଧି ପ୍ରତ୍ୟାହାର, ଶ୍ରମିକ କୋଡ଼ ବାତିଲ କରିବା, ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କୁ ୱାର୍କର୍ସ ମାନ୍ୟତା ପ୍ରଦାନ କରିବା, ଭତ୍ତା ବୃଦ୍ଧି, ଏସ୍‌.ଏନ୍‌.ପି. ଦର ସଂଶୋଧନ କରିବା, ସାମାଜିକ ନିରାପତ୍ତା ଓ ପେନ୍‌ସନ୍‌ ସମେତ ବିଭିନ୍ନ ଦାବୀ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଫରେଷ୍ଟ ଉଡ଼, ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାକରସ ୟୁନିୟନର ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରବୀଣ କୁମାର ଦାଶ, ସିପିଆଇ ନେତା ନୀଳକଣ୍ଠ ଦାଶ, ଉତ୍କଳ ମହିଳା ସମିତିର ରାଜ୍ୟ ଉପସଭା ନେତ୍ରୀ ଏନ୍. ଭାନୁମତୀ ରେଡ୍ଡୀ, ଚମାଖଣ୍ଡି ଜୋନାଲ ସମ୍ପାଦକ ସି.ଏଚ.ଜନାର୍ଦ୍ଧନ ରେଡ୍ଡୀ, ସହ-ସମ୍ପାଦକ ଗୁରୁନାଥ ପ୍ରଧାନ, ନିଖିଳ ଓଡିଶା ଅଙ୍ଗନୱାଡ଼ି କର୍ମୀ ସଂଘ ଗଞ୍ଜାମ ଜିଲ୍ଲା କମିଟିର ସଭାନେତ୍ରୀ ମମତାଜ ଖୁଣ୍ଟିଆ, ସମ୍ପାଦିକା ନର୍ମଦା ନାହାକଙ୍କ ନେତୃତ୍ତ୍ୱରେ ଏକ ରାଲି ବାହାରି ଛତ୍ରପୁର ସହର ପରିକ୍ରମା କରିଥିଲା । ଏହି ବ୍ୟାପକ ସମାବେଶକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷାର ବନ୍ଦୋବସ୍ତ ହୋଇଥିଲା । ସୁରକ୍ଷାକୁ ଦୃଷ୍ଟିରେ ରଖି ଛତ୍ରପୁର ଏସ୍ଡ଼ିପିଓ ଗୌରହରି ସାହୁ, ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ଚମାଖଣ୍ଡି ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ଗଞ୍ଜାମ ଥାନା ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ ସମେତ ଏକ ପ୍ଲାଟୁନ ପୋଲିସ ମୁତୟନ ହୋଇଥିଲେ । ଛତ୍ରପୁର ଅତିରିକ୍ତ ତହସିଲଦାର ଶୁଭଦର୍ଶନ ସାହୁ ମାଜିଷ୍ଟ୍ରେଟ ଭାବେ ଯୋଗଦେଇ ଶୃଙ୍ଖଳିତ ଭାବେ ଦାୟିତ୍ୱ ତୁଲାଇଥିଲେ ।

jittmm
Leave A Reply

Your email address will not be published.