centurian jitm

ବିଦ୍ୟୁତ୍‌ ବଣ୍ଟନରେ ଅନିୟମିତତା ବିରୁଦ୍ଧରେ କଂଗ୍ରେସର ବିକ୍ଷୋଭ

nschool
  • ମାତ୍ରାଧିକ ଦେୟ ଓ ବିଜୁଳି କାଟରେ ସୁଧାର ନଆସିଲେ ହେବ ଜୋରଦାର ଲଢେଇ – କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବର୍ତମାନ ପରିପ୍ରେକ୍ଷୀରେ ବିଜୁଳି ସେବା ପାଇବା ସାଧାରଣ ଜନତାଙ୍କ ଏକ ମୌଳିକ ଅଧିକାର ଭାବରେ ଗଣାଯାଉଛି । ତେଣୁ ଲୋକେ କମ୍ ମୂଲ୍ୟରେ ଯେମିତି ଅନବରତ ବିଜୁଳି ପାଇବେ ସେ ଦିଗରେ ରାଜ୍ୟ ସରକାର ଓ ଟାଟା ପାୱାର ତତ୍ପରତା ସହ କାମ କରିବା ଆବଶ୍ୟକ । କିନ୍ତୁ ଏଠି ଲୋକଙ୍କ ଠାରୁ ମାତ୍ରାଧିକ ଦେୟ ନିଆଯାଉଥିବା ବେଳେ ଅଘୋଷିତ ଘନ ଘନ ବିଦ୍ୟୁତ କାଟ କରି ଲୋକଙ୍କୁ ଜାଣି ଶୁଣି ହଇରାଣ କରାଯାଉଛି । ଯଦି ଏହି ସମସ୍ୟା ଆଗାମୀ ଦିନରେ ବଳବତ୍ତର ରହେ ଜିଲ୍ଲା କଂଗ୍ରେସ କମିଟି ଏହି ଆନ୍ଦୋଳନକୁ ରାଜରାସ୍ତାକୁ ନେଇ ଆସିବ । ଏହି ଆନ୍ଦୋଳନରେ ସାଧାରଣ ବିଜୁଳି ଖାଉଟିଙ୍କୁ ସାମିଲ କରି ଦାବୀ ହାସଲ ପର୍ଯ୍ୟନ୍ତ ଜୋରଦାର ଲଢେଇ କରିବ ଆଜି ସ୍ଥାନୀୟ ଟାଟା ପାୱାର ଅଫିସ ପ୍ରାଙ୍ଗଣରେ ଜିଲ୍ଲା କଂଗ୍ରେସ କମିଟି ଦ୍ୱାରା ଅନୁଷ୍ଠିତ ବିକ୍ଷୋଭ ସମାବେଶରେ ଜିଲ୍ଲା କଂଗ୍ରେସ ଚେତାଇ ଦେଇଛି । ଜିଲ୍ଲା ସଭାପତି ଦିଲିପ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବିକ୍ଷୋଭ ସମାବେଶରେ କଂଗ୍ରେସ ପକ୍ଷରୁ ଆହୁରି କୁହାଯାଇଛି ଯେ, ଟାଟା କଂପାନୀ ଦ୍ୱାରା ବିଦ୍ୟୁତ ବଂଟନରେ ଘୋର ଅନିୟମିତତା ଦେଖାଦେଉଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପୃଷ୍ଠ ପୋଷକତାରେ ସାଧାରଣ ଜନତାଙ୍କ ଠୁ ଅତି ଉଚ୍ଚ ଦରରେ ବିଦ୍ୟୁତ ଦେୟ ସଂଗ୍ରହ କରାଯାଉଛି । ଏହା ସାଙ୍ଗକୁ ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ତା’ସାଙ୍ଗକୁ ଅଘୋଷିତ ଘନ ଘନ ବିଜୁଳି କାଟ, ଲୋ ଭୋଲଟେଜ ଲୋକଙ୍କର ବିଜୁଳି ଜନିତ ସମସ୍ୟାକୁ ବହୁଗୁଣିତ କରୁଛି । କଂଗ୍ରେସ ସରକାର ଅମଳରେ ବିଦ୍ୟୁତ ଦେୟ ଯାହା ଥିବ ବର୍ତମାନର ବିଜେଡି ସରକାର ସମୟରେ ତାହାର ବୃଦ୍ଧି ୨୨୫ ପ୍ରତିଶତ ପର୍ଯ୍ୟନ୍ତ ପହଂଚିଯାଇଛି । ଏଣୁ ଏଭଳି ପରିସ୍ଥିତିରେ ସାଧାରଣ ଜନତାଙ୍କ କଷ୍ଟ ଲବ୍ଧ ଧନକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରରୋଚନାରେ ଆପଣଙ୍କ କଂପାନୀ ଲୁଟି ନେଉଛନ୍ତି । ତେଣୁ ଟାଟା କଂପାନୀ ରାଜ୍ୟରେ ବିଦ୍ୟୁତ ଜନିତ ଭିତ୍ତିଭୂମି ବିକାଶ କରିବା ସହିତ ଅଘୋଷିତ ବିଜୁଳି କାଟକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରୁ ବୋଲି ଜିଲ୍ଲା କଂଗ୍ରେସ କମିଟି ଚେତାଇ ଦେଇଛି । ଏସଂକ୍ରାନ୍ତରେ ଏକ ଦାବୀପତ୍ର ଟାଟା ପାୱାର ଅଧିକ୍ଷଣ ଯନ୍ତ୍ରୀ ସୁବ୍ରତ ସେଠଙ୍କୁ ପ୍ରଦାନ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା କଂଗ୍ରେସ ପ୍ରଭାରୀ ହରଦୀପ ସିଂ, ଉପସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, ନଗର କଂଗ୍ରେସ ସଭାପତି ବୁଲୁ ଦାନୀ, ଜିଲ୍ଲା କିଷାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର, ଜୁଲୁ ପଟ୍ଟନାୟକ, ଅଜୟ ବାଲୀ, ସଂଜୟ ମିଶ୍ର, ଉମାଶଙ୍କର ସାହୁ, ରାମପ୍ରସାଦ ମିଶ୍ର, ଅରବିନ୍ଦ ସାହୁ, ଅଙ୍କିତ ସାହୁ, ଲୋପନ ମିଶ୍ର, ବବିତା ସାହୁ, ସାଇନା ବେଗମ, ସମୀର କୁମ୍ଭାର, ଅକବର ଖାନ, ପବିତ୍ର ବେହେରା ବେଟୁନ ସ୍ୱାଇଁ, ଜୟନାରାୟଣ ବହିଦାର, ରାଜେଶ ହୋତା, ବିକି ପଣ୍ଡା, ଶିବୁ ପଟ୍ଟନାୟକ, ଗଦା ସୁନା, ଟିଟୁ ମହାନ୍ତି, ବର୍ଜ ସେଠୀ, ନାସିର ଖାନ, ଅଜିତ ମହାନନ୍ଦ, ଅଂଚଲ ପଣ୍ଡା, ଆଲୋକ ନାଏକ, ସୋନୁ ମନହୀରା, ସୁମିତ ବାଗ, ସୁଜିତ କୁମ୍ଭାର, ବିକ୍ରମ ପ୍ରଧାନ, ହିତେଶ ମୁଗ୍ରୀ, ଅମିତ ବାଗ, ଘୁଣ୍ଡୁ ଦାଶ ଓ ବୁଲୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.