ୱାର୍ଡ ନଂ.୧୩ ଓ ୧୫ର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଧାରଣା ଓ ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ କଚେରୀ ଛକଠାରେ ୱାର୍ଡ ନଂ.୧୩ ଓ ୧୫ର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାଣୀବନ୍ଧ ଏବଂ ପ୍ରତାପସାଗର ବନ୍ଧର ପୁନଃ ଉଦ୍ଧାର ଦାବୀରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ରାଣୀବନ୍ଧ ଓ ପ୍ରତାପସାଗର ବନ୍ଧ ବଲାଙ୍ଗିର ସହରର ସର୍ବ ପୁରାତନ ବନ୍ଧ ମଧ୍ୟରୁ ଅନ୍ୟତମ । କିନ୍ତୁ ଏଇ ଦୁଇ ବନ୍ଧର ଅବସ୍ଥା ଏବେ ଶୋଚନୀୟ । ରାଣୀବନ୍ଧର ପୁନଃ ଉଦ୍ଧାର ପାଇଁ ପ୍ରାୟ ୧.୨୯ କୋଟି ଟଙ୍କା ଆସିଥିବା ବେଳେ ଏହାର ପୁନଃ ଉଦ୍ଧାର ପାଇଁ ବଲାଙ୍ଗିର ପୌର ପରିଷଦର ଆନ୍ତରିକତା ନାହିଁ ଏବଂ କାର୍ଯ୍ୟରେ ଅବହେଳା କରାଯାଉଥିବା ସଦସ୍ୟମାନେ ଅଭିଯୋଗ କରିଥିଲେ । ଆସିଥିବା ଟଙ୍କାରେ କେବଳ ଗାଡୱାଲ ତିଆରି କରିଦେଇ ଠିକାଦାର ପ୍ରୀତି ଦେଖାଉଛି ବଲାଙ୍ଗିର ପୌର ପରିଷଦ ବୋଲି ଅଭିଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ, ରାଣୀବନ୍ଧର ପାଣି ଉପରେ ୱାର୍ଡ ନଂ.୧୩, ୧୪ ଓ ୧୫ର ବାସିନ୍ଦା ନିର୍ଭର କରୁଥିବା ବେଳେ ପ୍ରତାପସାଗର ବନ୍ଧ ଉପରେ ୱାର୍ଡ ନଂ.୧୬ ଓ ୧୯ର ଲୋକମାନେ ନିର୍ଭର କରନ୍ତି । ଏଇ ଦୁଇ ବନ୍ଧର ଉନ୍ନତିକରଣ କରାନଯିବା ନିନ୍ଦନୀୟ ବୋଲି ସଦସ୍ୟମାନେ ମତ ପ୍ରକାଶ କରିଥିଲେ । ଆଜିର ଏହି ଧାରଣା ଓ ବିକ୍ଷୋଭରେ ନାଗରିକ କମିଟି ସଭାପତି ବେଲାରସିଂ ଭୋଇ, ସଂପାଦକ ମନୋରଂଜନ ସାହୁ, ପୀତବାସ ପଣ୍ଡା, ଦିବାକର ହୋତା, ଏକ୍ସନ କମିଟିର ଆବାହକ ଗୋପାଳଜୀ ପାଣିଗ୍ରାହୀ, ମୁନା ପଟ୍ଟନାୟକ, ଗିରିଶ ସିଂହଦେଓ, ସନ୍ତକ ବହିଦାର, ମନୀଷ ମିଶ୍ର, ଜୁଲୁ ପଟ୍ଟନାୟକ, ଆରତିପ୍ରୀତି ନାଗ, ବବିତା ସାହୁ, ସାଇନା ବେଗମ, ଅସୀତ ମିଶ୍ର, ସାନନ୍ଦ ମିଶ୍ର, ସଙ୍ଗିତା କୁମ୍ଭାର, ସୌମ୍ୟଦୀପ ସରାଫ, ସନୋଜ ପଟ୍ଟନାୟକ, ଝୁପଲୁ ମହାନ୍ତି, ସଂଜୟ ମିଶ୍ର, ରାଜେଶ ହୋତା, ମହମ୍ମଦ ଅକବର, ସମୀର କୁମ୍ଭାର, ବେଟୁନ ସ୍ୱାଇଁ, ଲୋପନ ମିଶ୍ର, ନାସିର ଖାନ, କୈଳାସ ମିଶ୍ର, ଜୟନାରାୟଣ ବହିଦାର, ବିଜୟ ଖରସେଲ, ସୁଦାମ ସିଂହ, ଜ୍ୟୋସ୍ନା ବେହେରା ଓ ବୁଲୁ ଦାନି ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.