ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅମଲା ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

  • ଜିଲ୍ଲା ମହକୁମା ଛତ୍ରପୁର କଲେକ୍‌ଟ୍ରେଟ୍ ଠାରେ ପ୍ରାୟ ୧୩ ଶହ ଅମଲା ସଂଘର କିରାଣୀ କର୍ମଚାରୀ ଏକତ୍ରିତ ହୋଇ ନିଜର ଦାବୀ ଉପସ୍ଥାପନା କରିଥିଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟର ୩୦ଟି ଜିଲ୍ଲାର ସଦରମହକୁମାରେ ଶୁକ୍ରବାର ଜିଲ୍ଲାପାଳମାନଙ୍କୁ ସମସ୍ତ ଜିଲ୍ଲାର ଜିଲ୍ଲାସ୍ତରୀୟ ଅମଲା ସଂଘର ମିଳିତ ମଞ୍ଚର ସଭାପତି, ସମ୍ପାଦକ ତଥା ଅମଲା ମଞ୍ଚ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦତ୍ତ ହୋଇଛି । ଏନେଇ ଗତ ଅପ୍ରିଲ ୯ ତାରିଖରେ ଭୁବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ଭବନଠାରେ ସମସ୍ତ ଜିଲ୍ଲାର ଅମଲା ସଂଘର ମିଳିତ ମଞ୍ଚର ବୈଠକରେ ନିଷ୍ପତ୍ତି ହୋଇଥିଲା । ଓଡ଼ିଶା ରାଜସ୍ୱ ଅମଲା ସଂଘ, ନିଖିଳ ଓଡ଼ିଶା ଟ୍ରେଜରୀ ଅମଲା ସଂଘ, ଓଡ଼ିଶା ସବରେଜିଷ୍ଟାର ଅମଲା ସଂଘର କର୍ମକର୍ତ୍ତା ମିଳିତ ମଞ୍ଚ ପକ୍ଷରୁ ଦାବୀ ଉପସ୍ଥାପନ କରାଯାଇଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକ ଆନ୍ଦୋଳନ ସ୍ୱରୂପ କର୍ମଚାରୀମାନେ କ୍ଷୋଭ ପ୍ରକାଶ କରି ବିଭିନ୍ନ ସ୍ଲୋଗାନମାନ ଦେଇ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଥିଲେ । ଛତ୍ରପୁର ଡ଼ିଆରଡ଼ିଏ ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ନିଜର ଦାବୀ ମୁତାବକ ସ୍ଲୋଗାନମାନ ଦେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।

ମାନ୍ୟବର ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କନିଷ୍ଠ ସହାୟକଙ୍କ ଯୋଗ୍ୟତା ଭିତ୍ତିରେ ଲେଭେଲ-୯କୁ ଦରମା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଦାବୀ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦତ୍ତ ହୋଇଛି । ରାଜ୍ୟ ସରକାର ଯଦି ଦାବୀ ପୂରଣ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି, ଏ କ୍ଷେତ୍ରରେ ଯଦି ନୀରବ ରୁହନ୍ତି, ତେବେ ଆସନ୍ତା ତା.୨୨/୦୫/୨୦୨୩ ରିଖ ଠାରୁ ତା.୩୧/୦୫/୨୦୨୩ ରିଖ ପର୍ଯ୍ୟନ୍ତ ମିଳିତ ଅମଲା ମଞ୍ଚ ପକ୍ଷରୁ ରାଜ୍ୟ ବ୍ୟାପି ସରକାରଙ୍କ ଅବିଚାରର ପ୍ରତିବାଦ ନେଇ କଳା ବ୍ୟାଜ୍‌ ପରିଧାନ କରି କାର୍ଯ୍ୟ କରିବେ । ତଥାପି ସରକାର କୌଣସି ବିଚାର ନ କରନ୍ତି, ତେବେ ତା.୦୧/୦୬ /୨୦୨୩ ରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟ ବ୍ୟାପି ସମସ୍ତ ସରକାରୀ କର୍ମଚାରୀମାନେ ସାମୁହିକ ଛୁଟିରେ ଯିବେ ବୋଲି ଅମଲା ସଂଘ ପକ୍ଷରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି । ଗଞ୍ଜାମ ମହକୁମା ଛତ୍ରପୁର କଲେକ୍‌ଟ୍ରେଟ୍ ଠାରେ ପ୍ରାୟତଃ ୧୩ ଶହ ଅମଲା ସଂଘ ତରଫରୁ କିରାଣୀ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.