oom

ଜମା ଟଙ୍କା ଫେରସ୍ତ କରିବାକୁ ସାହାରା ଇଣ୍ଡିଆ ଜମାକାରୀଙ୍କ ବିକ୍ଷୋଭ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ୪ ଲକ୍ଷ ଜମାକାରୀଙ୍କ ୨୫ ଶହ କୋଟି ଟଙ୍କା ସାହାରା ଇଣ୍ଡିଆରେ ଜମା ଅର୍ଥ ଗଚ୍ଛିତ ଥିବା କୁହାଯାଇଛି । ଜମାକାରୀଙ୍କ ଜମା ଟଙ୍କା ସୁଧ-ମୂଳ ସହିତ ଫେରସ୍ତ କରିବାକୁ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଯାହାକି ରାଜ୍ୟର ସମସ୍ତ ଜିଲ୍ଲାସଦର ମହକୁମା ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରାଯାଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଗୋଚର କରାଯିବା ପୂର୍ବକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ଅଲ୍ ଇଣ୍ଡିଆ ଜନଆନ୍ଦୋଳନ ସଂଘର୍ଷ ନ୍ୟାୟ ମୋର୍ଚ୍ଚା ପକ୍ଷରୁ ଦେଶବ୍ୟାପି ଏହି ଆନ୍ଦୋଳନ ଡାକାରା ଦିଆଯାଇଛି । ଆଗାମୀ ଦିନରେ ଆଇନ ଅମାନ୍ୟ ଆନ୍ଦୋଳନ ପାଇଁ ମଧ୍ୟ ସଜବାଜ କରାଯାଉଛି ବୋଲି ଚେତାବନୀ ଦିଆଯାଇଛି । ଉକ୍ତ ଜମାଟଙ୍କା ଫେରସ୍ତ ନ କଲେ ସାହାରା ଇଣ୍ଡିଆ ଜମାକାରୀମାନେ ଦେଶବ୍ୟାପି ଆନ୍ଦୋଳନ କରିବେ ବୋଲି ଚେତାବନୀ ଦିଆଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଉତ୍ତର କୁମାର ପରିଡ଼ାଙ୍କ ନେତ୍ତୃତ୍ୱରେ ବହୁ ମହିଳା ଓ ପୁରୁଷ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସାହାରା ଇଣ୍ଡିଆର ମୁଖ୍ୟ ସୁବ୍ରତ ରାୟ ଏବଂ ଉକ୍ତ ଅର୍ଥଲଗାଣକାରୀ ସଂସ୍ଥା ସହ ଜଡ଼ିତ ସମସ୍ତ ଅର୍ଥନୈତିକ ପରିଚାଳକ, ନିର୍ଦ୍ଦେଶକ, ସଂସ୍ଥାନର ଡ଼ନ୍‌ମାନଙ୍କୁ ଗିରଫ କରାଯିବା, ସେମାନଙ୍କର ସମ୍ପତ୍ତି ବାଜ୍ୟାପ୍ତି କରିବା, ସେମାନଙ୍କ ଉପରେ ଉଚ୍ଚସ୍ତରୀୟ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସାଂଗକୁ ଓଡ଼ିଶାର ଗରୀବ, ନିରୀହ ଲୋକଙ୍କ ସାହାରା ଇଣ୍ଡିଆରେ କରିଥିବା ଜମା ଟଙ୍କା ଫେରସ୍ତ କରିବାକୁ ଦୃଢ଼ ଦାବୀ ହୋଇଛି ।

jittmm
Leave A Reply

Your email address will not be published.