oom

ଓଏସ୍‌ଏସ୍‌ସି ଓ ବେଦାନ୍ତ ଦୁର୍ନୀତିର ତଦନ୍ତ ଦାବୀରେ ଛାତ୍ର କଂଗ୍ରେସର ବିକ୍ଷୋଭ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ଷ୍ଟାପ୍‌ ସିଲେକ୍ସନ କମିଶନ ଓ ବେଦାନ୍ତ ଦୁର୍ନୀତିର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀରେ ଆଜି ଜିଲ୍ଲା ଛାତ୍ର କଂଗ୍ରେସ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଜିଲ୍ଲା ଛାତ୍ର ସଭାପତି ଅଙ୍କିତ ସାହୁ, ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସଂପାଦକ ଶ୍ରୀନିବାସ ଖମାରୀ, ରାଜ୍ୟ ଛାତ୍ର କଂଗ୍ରେସ ସମ୍ପାଦକ ଅଜିତ ମହାନନ୍ଦ, ରାଜ୍ୟ ସୋସିଆଲ ମିଡିଆ ସଂଯୋଜକ ରୋସନ ମିଶ୍ର ନେତୃତ୍ୱରେ ଏକ ପ୍ରତିନିଧି ଦଳ ଉକ୍ତ ଘଟଣାର ତଦନ୍ତ ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଛି । ରାଜ୍ୟରେ ଦୁଇ ଦୁଇଟି ବଡ ଦୁର୍ନୀତି ସାମାନକୁ ଆସିଛି । କିନ୍ତୁ ରାଜ୍ୟ ସରକାର ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ନକରି ଘଟଣାକୁ ଘଣ୍ଟ ଘୋଡାଇବାକୁ ଉଦ୍ୟମ କରୁଛନ୍ତି । ଭୂବନେଶ୍ୱରରେ ସଦ୍ୟ ଧରା ପଡିଥିବା ଓଡିଶା ଷ୍ଟାଫ ସିଲେକ୍ସନ କମିଶନର ଚେର ବିଭିନ୍ନ ସ୍ତରକୁ ଲମ୍ବିଛି । କିନ୍ତୁ ରାଜ୍ୟ ସରକାର କେବଳ ତଳିଆ ସ୍ତରରେ ଏହାର ତଦନ୍ତ ସାରି ଦେବାକୁ ଉଦ୍ୟମ କରୁଥିବା ବେଳେ ଘଟଣାରେ ଜଡିତ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ତଦନ୍ତ ପରିସରରୁ ଖସିଯିବା ସମ୍ଭାବନା ରହୁଛି । ତେଣୁ ସରକାର ଏହି ଘଟଣାକୁ ଗୁରୁତ୍ୱର ସହିତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ଘଟଣାରେ ସଂମ୍ପୃକ୍ତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଆଇନର ପରିସର ଭିତରକୁ ଆଣିବା ପାଇଁ ଛାତ୍ର କଂଗ୍ରେସ ଦାବୀ କରିଛି । ସେହିପରି ସଦ୍ୟ ଭାଇରାଲ ହୋଇଥିବା ବେଦାନ୍ତ କମ୍ପାନୀ ଭିଡିଓରେ ଅନେକ ସରକାରୀ କର୍ମଚାରୀ କମ୍ପାନୀର ଦୁର୍ନୀତିରେ ସମିଲ ଥିବା ସ୍ପଷ୍ଟ ହେଉଛି । ବେଦାନ୍ତ କମ୍ପାନୀ ଦେଶ ବାହାରେ ବଦନାମ ହେବା ପରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଏହି କମ୍ପାନୀକୁ ତୀବ୍ର ସମାଲୋଚନା କରିଥିଲେ । କିନ୍ତୁ ଓଡିଶା ସରକାର ଏହାକୁ କାହା ସ୍ୱାର୍ଥରେ ସମସ୍ତ ସୁବିଧା ସୁଯୋଗ ଯୋଗାଉଛି ତାହା ଜଣାପଡୁ ନାହିଁ । ତେବେ ସଦ୍ୟ ଭାଇରାଲ ଭିଡିଓର ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ଉକ୍ତ କମ୍ପାନୀର ସମସ୍ତ କଳା କାରନାମା ସର୍ବ ସମ୍ମୁଖକୁ ଆସିବ ବୋଲି କଂଗ୍ରେସ କହିଛି । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୁଜିତ କୁମ୍ଭାର, ଶୁଭେନ୍ଦୁ ସାହୁ, ଟୁଲୁ ସେନ୍‌, ଅଞ୍ଚଳ ପଣ୍ଡା, ଅମିତ ବାଘ, ତୁଷାର କୁମ୍ଭାର, କୃଷ୍ଣମେହନ ସାହୁ, ବନମାଳୀ ସାହୁ, ଆର୍ତ୍ତ ଘିବେଲା, ରିମଲ କୁମ୍ଭୀର, ସରୋଜ ନାଗ, ସେମ ନାଗ, ଅଜିତ ଷାଣ୍ଢ, ଶାନୁକ ନାଗ, ଜି.ଶଙ୍କର ରାଓ, ରିତେଶ କୁମ୍ଭାର, ଆନନ୍ଦ ପ୍ରକାଶ ସୁନା, ସମୀର ସାଗର, ରବିଚନ୍ଦ୍ର ସାହୁ, ରାହୁଲ ନାଏକ, ଆଶୀର୍ବାଦ ଦୀପ, ଲୋପନ ମିଶ୍ର, ପ୍ରକାଶ ସାହୁ, ଅଶ୍ୱିନୀ ରାଉତ, ନାଶିର ଖାନ୍‌, ରାମ ସଂହ, ବୈଷ୍ଣବ ଭୋଇ, ବାବଲୁ ବେହେରା, ମନିଷ ମିଶ୍ର, ବୁଲୁ ଦାନୀ, ସନ୍ତକ ବହିଦାର, ସାନନ୍ଦ ମିଶ୍ର, ଅଜୟ ବାଲି, ଅସିତ କୁମାର ମିଶ୍ର, ଗଦାନ ବେହେରା, ବେଟୁନ ସ୍ୱାଇଁ, କିଶୋର ଦଣ୍ଡସେନା, ବ୍ରଜକିଶୋର ସେଠି, ଜୁଲୁମ ପଟ୍ଟନାୟକ, ହିମାଂଶୁ ନାଏକ, ଅମନ ମିଶ୍ର, ପବିତ୍ର ନେପାକ, ସାଇନା ବେଗମ୍‌, ବବିତା ସାହ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.