oum

ତୈଳଦର ବୃଦ୍ଧି ପ୍ରତିବାଦରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ତୈଳଦର ବୃଦ୍ଧି ପ୍ରତିବାଦରେ ପସିସି ତରଫରୁ ସାରା ରାଜ୍ୟରେ ବିକ୍ଷୋଭ ଡାକରା ଦିଆଯାଇଛି । ସେହିକ୍ରମରେ ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ତରଫରୁ ବଲାଙ୍ଗିର ସହରର ଦୁଇଟି ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାର ବିଭିନ୍ନ ବ୍ଲକରେ ବିକ୍ଷୋଭର ଅୟୋଜନ କରାଯାଇଛି । କଂଗ୍ରେସ କମିଟି ତରଫରୁ କୁହାଯାଇଛି ଯେ, କେନ୍ଦ୍ରର ମୋଦୀ ସରକାର ୨୦୧୪ରେ ତୈଳଦରକୁ ୪୦ ଟଙ୍କା ପର୍ଯ୍ୟନ୍ତ କମ କରିବା ପ୍ରତିଶୃତି ଦେଇ ଗାଦୀକୁ ଚଢିଥିଲେ । ସେ ସମୟ ଅପେକ୍ଷା ଅନ୍ତର୍ଜାତିକ ବଜାରରେ ତୈଳ ଦର ଖୁବ ଖସିଛି । ସେହିକ୍ରମରେ ଦେଶରେ ମଧ୍ୟ ତୈଳଦର କମିବା କଥା । କିନ୍ତୁ ମୋଦୀ ସରକାର ଏହାକୁ ବାରମ୍ବାର ବଢାଇ ଗରିବ ଜନସାଧାରଣଙ୍କ କଷ୍ଟ ଉପାର୍ଜିତ ଟ୍ୟାକ୍ସ ପଇସାରେ ନିଜର ତିଜୋରି ଭରିବାରେ ବ୍ୟସ୍ତ ରହିଛି । ଅନ୍ୟପଟେ ଦେଶର ଦୁର୍ବଳ ଆର୍ଥିକ ଅବସ୍ଥା ସମୟରେ କରୋନାରେ ଦୁଇଟି ଲହର ଦେଶବାସୀଙ୍କ ଅଂଟା ଭାଙ୍ଗି ଦେଇଛି । ଏଭଳି ସମୟରେ କ୍ରମବର୍ଦ୍ଦିଷ୍ଣୁ ତୈଳଦର ଲୋକଙ୍କ ଅର୍ଥନୀତି ଉପରେ ତୀବ୍ର ଅ।ଘାତ କରିବା ସହ ବିଭିନ୍ନ ବସ୍ତୁର ଦରଦାମ ବଢ଼ିଚାଲିଛି । ଏଥିରେ ରାଜ୍ୟର ବିଜେଡି ସରକାର ମଧ୍ୟ ସମ ପରିମାଣର ଦାୟୀ ବୋଲି କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଷୋଦ୍‌ଗାର କରିଛି । ଆଜି ସକାଳୁ ସହରର ମୁଖ୍ୟ ଡାକଘର ସାମନା ଦୁଇଟି ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ପରେ କଂଗ୍ରେସ କର୍ମୀମାନେ ସହର ସାରା ପେଟ୍ରୋଲ ପମ୍ପ ବୁଲି ମୋଦୀଙ୍କ ବେନର୍‌ ଚିରି ଦେଇଥିଲେ । ଆଜିର ଏହି କାର୍ୟ୍ୟକ୍ରମରେ ଜିଲ୍ଲା ସଭାପତି ଦିଲୀପ ବେହେରା, ଉପସଭାପତି ମନିଷ ମିଶ୍ର, ସନ୍ତକ ବହିଦାର, ପିସିସି ସଦସ୍ୟ ଉମାଶଙ୍କର ପଣ୍ଡା, ନଗର ସଭାପତି ବୁଲୁ ଦାନୀ, ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ଅଜୟ ବାଲୀ, ଯୁବ ସଭାପତି ପ୍ରେମ ପ୍ରକାଶ ମିଶ୍ର, ଛାତ୍ର ସଭାପତି ଅଙ୍କିତ ସାହୁଙ୍କ ସମେତ ସୋମ୍ୟଦୀପ ସରାଫ, ଜୁଲୁ ପଟ୍ଟାନାୟକ, ଚନ୍ଦ୍ରମଣି ତ୍ରିପାଠୀ, କୁଳମାଣୀ ସାହୁ, ସଞ୍ଜୟ ମିଶ୍ର, ଶଶାଙ୍କ ନାଏକ, ପବିତ୍ର ବେହେରା, ଝୁପଲୁ ମହାନ୍ତି, ପ୍ରକାଶ ସାହୁ, ଲୋପନ ମିଶ୍ର, ନାସିର ଖାନ, ଅବିନାଶ ସାଏ, ମଧୁ ନାଗ , ଅଖଣ୍ଡ ସେଠ ଓ ବୁଲୁ ବେହେରା ପ୍ରମୂଖ ଶତାଧିକ କଂଗ୍ରେସ କର୍ମୀ ବିକ୍ଷୋଭରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.