ବଲାଙ୍ଗିର ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଅଭିଯୋଗରେ ବିକ୍ଷୋଭ ସହ ୧୩ ଦଫା ଦାବୀ ପତ୍ର ପ୍ରଦାନ କଲା ବଲାଙ୍ଗିର ଜିଲ୍ଲା କଂଗ୍ରେସ

  • ବଲାଙ୍ଗିର ବିରୋଧୀ ମନୋଭାବର ଫଳ ଭୋଗିବ ରାଜ୍ୟ ସରକାର : ସମରେନ୍ଦ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଅଭିଯୋଗରେ ବିକ୍ଷୋଭ ପ୍ରଦର୍ଶନ ସହ ୧୩ ଦଫା ଦାବୀ ପତ୍ର ପ୍ରଦାନ କରିଛି କଂଗ୍ରେସ । ଦଳ ପକ୍ଷରୁ କୁହାଯାଇଛି ଯେ, ସରକାର ଦୀର୍ଘ ୨୦ବର୍ଷରୁ ଉଦ୍ଧ୍ୱର୍ ହେବ ବଲାଙ୍ଗିର ଜିଲ୍ଲାକୁ କ୍ରମାଗତ ଭାବରେ ଅବହେଳା କରି ଚାଲିଛି । ମାନ୍ୟବର ବଲାଙ୍ଗିର ବିଧାୟକଙ୍କ ଦୃଢ ପ୍ରଚେଷ୍ଟା ବଳରେ ବଲାଙ୍ଗିରରେ ବିଭିନ୍ନ ବିଭାଗର ଭିତ୍ତିଭୂମିରେ ପରିବର୍ତ୍ତନ ହୋଇଛି, କିନ୍ତୁ ଯାହା ପ୍ରକୃତରେ ଜିଲ୍ଲାର ତଳ ସ୍ତର ଲୋକମାନଙ୍କର ଅର୍ଥନୈତିକ ବିକାଶ କରିବ ସେ ଦିଗରେ ସରକାର ସମ୍ପୁର୍ଣ୍ଣ ଭାବେ ବୈମାତୃକ ମନୋଭାବ ପୋଷଣ କରୁଛନ୍ତି । ଆଗାମୀ ଦିନରେ ସରକାରଙ୍କ ବଲାଙ୍ଗିର ପ୍ରତି ଥିବା ବୈମାତୃକ ମନୋଭାବର ଉଚିତ ଜବାବ ଲୋକେ ନିଶ୍ଚୟ ଦେବେ ବୋଲି ଆଜି ଜିଲ୍ଲାପାଳ ଅଫିସ ସମ୍ମୁଖରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରେମ ପ୍ରକାଶ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବିକ୍ଷୋଭ ସମାବେଶରେ ଯୋଗ ଦେଇ ରାଜ୍ୟ କଂଗ୍ରେସର ବରିଷ୍ଠ ପ୍ରବକ୍ତା ତଥା ଏଆଇସିସି ସଦସ୍ୟ ସମରେନ୍ଦ୍ର ମିଶ୍ର ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଷୋଦଗାର କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, କୋ÷÷ଣସି ବି ଦୀର୍ଘ ମିଆଦି ଯୋଜନା ବଲାଙ୍ଗିର ଜିଲ୍ଲାର ସୀମାରେ ପହଞ୍ôଚଲା ବେଳକୁ ଅଟକି ଯାଉଛି । ଶିକ୍ଷା ହେଉ କି ଗମନାଗମନ, ସ୍ୱାସ୍ଥ୍ୟ ହେଉ କି ଜଳସେଚନ ସବୁ କ୍ଷେତ୍ରରେ ଜିଲ୍ଲାକୁ ସମ୍ପୁର୍ଣ୍ଣ ଭାବେ ସରକାରଙ୍କ ଦ୍ୱାରା ଅଣଦେଖା କରାଯାଉଛି ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି । ଜିଲ୍ଲା ସଭାପତି ଦିଲିପ ବେହେରା କହିଥିଲେ ଯେ, ଏହି ସରକାରର ଦୀର୍ଘ ୨୦ ବର୍ଷ ଧରି କେବଳ ବେକାରୀ ସଂଖ୍ୟା ବଢାଇବାରେ ଲାଗିଛି । ଜିଲ୍ଲା କିଷାନ ସେଲ ସଭାପତି ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଥିଲେ ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତେ୍ୱ ମଧ୍ୟ ଜିଲ୍ଲାରେ ଏଫ୍‌ସିଆଇ ଧାନ ନ କିଣି ରାଜ୍ୟ ସରକାର କେବଳ ·ଷୀଙ୍କ ଟଙ୍କା ଆତ୍ମସାତ କରିବା ପାଇଁ ଧାନକ୍ରୟ କରୁଛନ୍ତି ଏବଂ କଟନି ଛଟନି ନାଁରେ ଶହ ଶହ କୋଟି ଟଙ୍କାର ଦୁର୍ନୀତି କରିଚାଲିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପ-ସଭାପତି ମନୀଷ ମିଶ୍ର, ନଗର ସଭାପତି ବୁଲୁ ଦାନି, ସେବାଦଳ ମୁଖ୍ୟ ଅସୀତ ମିଶ୍ର, ଜିଲ୍ଲା ଉପ-ସଭାପତି ସନ୍ତକ ବହିଦାର, ଜିଲ୍ଲା କଂଗ୍ରେସର ଲିଗାଲ ସେଲ ଅଧ୍ୟକ୍ଷ ଉମାକାନ୍ତ ସାହୁ, ରାମଜୀ ଚୌଧୁରୀ, ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ, ସଦର ବ୍ଲକ ଉପାଧ୍ୟକ୍ଷା ଯଶୋବନ୍ତି ବଘାର, ସୋମନାଥ ପଟେଲ, ସୁବ୍ରତ ତ୍ରିପାଠି ପ୍ରମୁଖ ରାଜ୍ୟ ସରକାରଙ୍କ ବଲାଙ୍ଗିର ପ୍ରତି କ୍ରମାଗତ ଅବହେଳା ବିରୁଦ୍ଧରେ ଦୃଢ ପ୍ରତିବାଦ ଜଣାଇବା ସହ ଦାବି ଗୁଡିକୁ ଯଦି ସରକାର ଆନ୍ତରିକତା ସହ ଗ୍ରହଣ ନ କରେ ତେବେ ଏ ଆନ୍ଦୋଳନ ଆହୁରି ବ୍ୟାପକ କରାଯିବ ବୋଲି କଂଗ୍ରେସ ନେତୃବୃନ୍ଦମାନେ ଚେତାବନୀ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୧୩ ଦଫା ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଦାବୀରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାମକୁ ଶୀଘ୍ର ସମ୍ପୁର୍ଣ୍ଣ କରାଯାଉ, ଜଳସେଚନ ପାଇଁ ତେଲ ଓ ସୋନଗଡ ନଦୀ ଉପରେ ବ୍ୟାରେଜ ନିର୍ମାଣ କରାଯାଉ, ବଲାଙ୍ଗିରରେ ରାଜ୍ୟର ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ କରାଯାଉ, ବଲାଙ୍ଗିରରେ ହାଇକୋର୍ଟ ବେଂଚର ପୁନଃସ୍ଥାପନ କରାଯାଉ, ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ତଥା ବିଭିନ୍ନ ବିଦ୍ୟାଳୟ ସ୍କୁଲମାନଙ୍କରେ ଖାଲିଥିବା ଶିକ୍ଷକ, କର୍ମଚାରୀ ଓ ଅଧ୍ୟାପକ ପଦବୀ ପୁରଣ କରାଯାଉ, ପାଇଖାନା ଦୁର୍ନୀତିର ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ, ଜିଲ୍ଲାରେ ହୋଇଥିବା ୩୫ କୋଟି ଟଙ୍କାରୁ ଅଧିକ ଧାନକିଣା ଦୁର୍ନୀତିର ତଦନ୍ତ ସହ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ, କେନ୍ଦ୍ର ସମବାୟ ବ୍ୟାଙ୍କ ଦୁର୍ନୀତିର ଦୋଷୀଙ୍କୁ ଦଣ୍ଡ ଦିଆଯାଉ, ଡାକ୍ତରଖାନା ମାନଙ୍କରେ ଖାଲିଥିବା ଡାକ୍ତର ପଦବୀ ପୂରଣ ଏବଂ ଭୀମ ଭୋଇ ଭେଷଜ ମହାବିଦ୍ୟାଳୟରେ ସୁପର ସ୍ପେସାଲିଷ୍ଟ ଡାକ୍ତର ନିଯୁକ୍ତି କରାଯାଉ, ବଲାଙ୍ଗିର ତଥା ଦେଓଗାଁ, ସଦର ବ୍ଲକ ଅଂଚଳରେ ଥିବା ବନ୍ଧକଟାର ପୁନଃଉଦ୍ଧାର ସହ ଜଳଧାରଣ କ୍ଷମତା ବଢାଯାଉ, ବଲାଙ୍ଗିରରେ ଥିବା ଗରିବ, ଭୂମିହୀନ, ବାସହୀନଙ୍କୁ ବିନା ମୁଲ୍ୟରେ ବାସଗୃହ ପାଇଁ ଜମି ଓ ବାସଗୃହ ପ୍ରଦାନ କରାଯାଉ, ପର୍ଯ୍ୟଟନ କ୍ଷେତ୍ର ହରିଶଙ୍କର, ରାଣୀପୁର ଝରିଏଲ ଏବଂ ଭୀମଡୁଙ୍ଗୁରିର ବିକାଶ ପାଇଁ ସ୍ୱତନ୍ତ୍ର ଅନୁଦାନ ଘୋଷଣା କରାଯାଉ, ଦାଦନ ସମସ୍ୟାର ଦୂରିକରଣ ସହ ବେକାରୀ ଯୁବକମାନଙ୍କ ପାଇଁ କର୍ମ ସଂସ୍ଥାନ ନଚେତ ବେକାରୀ ଭତ୍ତା ପ୍ରଦାନ କରାଯାଉ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଏହି ଦାବୀ ପତ୍ର ଅତିରିକ୍ତ ଜିଲ୍ଲାପାଳ ଆନନ୍ତ ନାରାୟଣ ସିଂ ଲାଗୁରିଙ୍କୁ ପ୍ରଦାନ କରାଯାଇଥିଲା । ଶେଷରେ କଂଗ୍ରେସ ନେତା ପ୍ରିୟବ୍ରତ ପଣ୍ଡା ଧନ୍ୟବାଦ ଦେଇ ବିକ୍ଷୋଭ ସମାବେଶ ସମାପ୍ତ ଘୋଷଣା କରିଥିଲେ ।

Leave A Reply

Your email address will not be published.