ଗଞ୍ଜାମ ଜିଲ୍ଲା ଟେଣ୍ଟହାଉସ, ଡେକରେଟର୍‌, କ୍ୟାଟରିଂ, ଶବ୍ଦାଲୋକ, ଫୁଲସଜ୍ଜା, ଆସୋସିଏସନ୍ ପକ୍ଷରୁ ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଟେଣ୍ଟ ହାଉସ୍‌, କ୍ୟାଟରିଂ, ଫୁଲସଜ୍ଜା, ଶବ୍ଦାଲୋକ ସଂଘ ପକ୍ଷରୁ ବିଭିନ୍ନ ଦାବୀ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଓ ଆନ୍ଦୋଳନ, ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବାହାଘର, ବ୍ରତଘର, ଶୁଦ୍ଧିକ୍ରିୟା, ସାମାଜିକ କାର୍ଯ୍ୟକ୍ରମରେ ଲୋକଙ୍କ ସଂଖ୍ୟା ବଢାଇବାକୁ ଦାବୀ ହୋଇଛି । ଏନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଅଗଷ୍ଟ ମାସର ଗାଇଡଲାଇନ୍‌ ଅନୁଯାୟୀ ଅନେକ କ୍ଷେତ୍ରରେ କଟକଣା କୋହଳ କରାଯାଇଛି । ମଲ୍‌, ସିନେମା ହଲ୍‌, ଦୋକାନ ବଜାର ଆଦି ଖୋଲି ଦିଆଯାଇଛି । ଏହା ସହ ବହୁ କଟକଣା କୋହଳ ମଧ୍ୟ କରାଯାଇଛି । କିନ୍ତୁ ଏହି ସବୁ ଘରୋଇ, ପାରିବାରିକ କୌଳିକ ପ୍ରଥା କାର୍ଯ୍ୟକ୍ରମ ଉପରୁ କୋହଳ କରାଯାଇନାହିଁ । ଫଳରେ ଟେଣ୍ଟ ହାଉସ, କ୍ୟାଟରିଂ, ଫୁଲସଜ୍ଜା, ଶବ୍ଦାଲୋକ ଆଦିରେ କାମ କରୁଥିବା ଲୋକ ମାନେ ନିଜ ଜୀବିକା ହରାଇ ବସିଲେଣି । ଏହି ବ୍ୟବସାୟ ସହିତ ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବେ ସଂଶ୍ଲିଷ୍ଠ ଓଡିଶାର ପ୍ରାୟ ୧୨ ଲକ୍ଷ ଲୋକଙ୍କର ଆର୍ଥିକ ସ୍ଥିତି ଦୟନୀୟ ହୋଇପଡିଛି । ସଂପ୍ରତି ସରକାରୀ ନିୟମ ଅନୁସାରେ ବିବାହ ଇତ୍ୟାଦି ସାମାଜିକ କାର୍ଯ୍ୟକ୍ରମରେ ସର୍ବାଧିକ ୨୫ ଜଣ ବ୍ୟକ୍ତି ଯୋଗ ଦେବାର ନିୟମ ରହିଛି । ଏଣୁ ପୂର୍ବ ନିର୍ଦ୍ଧାରିତ ନିୟମକୁ କୋହଳ କରାଯାଇ ବିବାହ ଇତ୍ୟାଦି କାର୍ଯ୍ୟକ୍ରମରେ ଅନ୍ୟୁନ୍ୟ ୩୦୦ ଜଣଙ୍କୁ ଅନୁମତି ପ୍ରଦାନ କରିବା ପାଇଁ ଦାବୀ କରାଯାଇଛି । ଗଞ୍ଜାମ ଜିଲ୍ଲା ଟେଣ୍ଟ-ହାଉସ ଆସୋସିଏନସର ସଭାପତି କୀରଣ କୁମାର ସୁବୁଦ୍ଧିଙ୍କ ନେତୃତ୍ୱ ନେଇଥିବା ବେଳେ ଉପ-ସଭାପତି ଭଗବାନ ପଣ୍ଡା, ବୁନୁ ପଟ୍ଟନାୟକ, ଏ.ରାମା ରାଓ, ଭୀମସେନ ପାଣିଗ୍ରାହୀ, ଶ୍ରୀନିବାସ ରାଓ, ଲାଇଟ ଆଣ୍ଡ ସାଉଣ୍ଡର ଉପସଭାପତି ଧ୍ରୁବ ପ୍ରଧାନ, ପୁର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ, ପ୍ରଦୀପ କୁମାର ପଣ୍ଡା, ଅଶୋକ କୁମାର ପଣ୍ଡା, ପୁଷ୍ପଳୟ ସଜ୍ଜା ସଂଘର ସଭାପତି ରାଜେନ୍ଦ୍ର କୁମାର ରାଉଳ, ଉପସଭାପତି ରାଜ କୁମାର ପାତ୍ର, କ୍ୟାଟେରିଙ୍ଗ ସଂଘର ସଭାପତି ସଚ୍ଚିଦାନନ୍ଦ ପଣ୍ଡା, କଲ୍ୟାଣ ମଣ୍ଡପ ସଂଘର ସଭାପତି ଚନ୍ଦନ କୁମାର ମାଝି ଉପସ୍ଥିତ ଥିବା ବେଳେ ଛତ୍ରପୁରର ଟେଣ୍ଟ ହାଉସ୍ ମାଲିକ ଇ. ରାଜ କୁମାର, ସିମାଞ୍ଚଳ ମହାରଣା, ଶବ୍ଦାଲୋକ ମାଲିକ ଆର୍. କାନାକା ରାଓ, ଅଶୋକ ବେହେରା ପ୍ରମୁଖ ସୁପରିଚାଳନା କରିଥିଲେ ।

Leave A Reply

Your email address will not be published.