oom

ବିବିଧ ସମସ୍ୟା ଓ ବିଦ୍ୟୁତ ଶୁକ୍ଲ ବୃଦ୍ଧି ପ୍ରତିବାଦରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଦ୍ୟୁତ ଶୁକ୍ଲ ବୃଦ୍ଧି ଓ ଅନ୍ୟାନ୍ୟ ସମସ୍ୟା ନେଇ ଗଞ୍ଜାମ ଜିଲ୍ଲାର ହେଡ-କ୍ୱାଟର ଛତ୍ରପୁରସ୍ଥ ବିଦ୍ୟୁତ ବିଭାଗୀୟ କାର୍ଯ୍ୟଳୟ ସମ୍ମୁଖରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏନେଇ ୮ ଦଫା ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦତ୍ତ ହୋଇଛି । ଛତ୍ରପୁର ଲୋଏର ବସଷ୍ଟାଣ୍ଡ ଠାରୁ ଏହି ବିକ୍ଷୋଭ ରାଲି ବାହାରିଥିଲା । ସର୍ବଶ୍ରୀ ପ୍ରଦୀପ ପାଢୀ, ସଂଜୀତ ରାଉଳ, ସୁଦାମ ଜେନା, ଲକ୍ଷ୍ମୀପଣ୍ଡା, ଭୀମସେନ ବେହେରା, ପ୍ରମୋଦ ସାହୁ, ଚୈତନ୍ୟ ପ୍ରଧାନ, ବ୍ରଜମୋହନ ଆଚାର୍ଯ୍ୟ, ପି.ତ୍ରିପତି ରାଓ, ବସନ୍ତ ବେହେରା ପ୍ରମୁଖ ବିଜେପି ନେତା ଓ କର୍ମୀ ଯୋଗଦେଇ ସମସ୍ତ ବିଦ୍ୟୁତ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଦାବୀ କରିଛନ୍ତି ।

ଓଡ଼ିଶାରେ ଆବଶ୍ୟକ ପରିମାଣରେ ବିଦ୍ୟୁତ ଉତ୍ପାଦନ ହେଉଥିବା ବେଳେ ପ୍ରତି ୟୁନିଟ ପିଛା ଦର ବୃଦ୍ଧି କରାଯାଇ ଗ୍ରାହକଙ୍କ ଉପରେ ଲଦିବା ଏକ ଅଗଣତାନ୍ତ୍ରିକତା ଅଟେ । ଦିଲ୍ଲୀରେ ୨ଶହ ୟୁନିଟ ଛାଡ କରାଯାଉଛି । କିନ୍ତୁ ଏବେ ରାଜ୍ୟରେ ବିଦ୍ୟୁତ ଯୋଗାଣକୁ ଟାଟା କମ୍ପାନୀ ହାତରେ ଟେକି ଦିଆଯାଇଛି । କମ୍ପାନୀ ସେବା ବଦଳରେ ଲୋକଙ୍କ ଠାରୁ ଶୁକ୍ଲ ଆଦାୟ କରିବାରେ ଲାଗିଛି । ତେଣୁ ବିଜେପି ପକ୍ଷରୁ ବର୍ଦ୍ଧିତ ଶୁକ୍ଲ ପ୍ରତ୍ୟାହାର ଦାବୀ ସହ ୧ରୁ ଏକ ଶହ ୟୁନିଟ ପର୍ଯ୍ୟନ୍ତ ଗୋଟିଏ ଦର ଲାଗୁ କରାଯିବା, ସେହିଭଳି ଲୋଭୋଲଟେଜ ଅଞ୍ଚଳକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉନାହିଁ । ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରି ୨୪ ଘଣ୍ଟିଆ ବିଦ୍ୟୁତ ସେବା ଯୋଗାଇ ଦିଆଯିବା ନିମନ୍ତେ ଦାବୀ ହୋଇଛି । ସେହିପରି ଛତ୍ରପୁର ଅଞ୍ଚଳ ଏକ ସାମୁଦ୍ରିକ ବାତ୍ୟା ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଭୂତଳ ବିଦ୍ୟୁତସେବା ବ୍ୟବସ୍ଥା କରାଯିବା ସହିତ ବିପଦ ଶଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ ଖୁଣ୍ଟ, ଟ୍ରାନ୍ସଫରମ୍ ଗୁଡିକୁ ସଜାଡ଼ିବା, ତା’ର ଚତୁଃପାଶ୍ୱର୍ରେ ପ୍ରଚେରୀ ନିର୍ମାଣ କରାଯିବା ନିମନ୍ତେ ଦାବୀ ହୋଇଛି ।

jittmm
Leave A Reply

Your email address will not be published.