ବଲାଙ୍ଗିର, (କେପିଏନ୍ଏସ୍) : ଆଜି ସନ୍ଧ୍ୟାରେ ବଲାଙ୍ଗିର ସହରରେ ଏକ ବିଶାଳ ମଟର ସାଇକେଲ ରାଲି ଦେଖିବାକୁ ମିଳିଛି । ଭାରତ ମାତାଙ୍କ ଜୟ ଧ୍ୱନି ସହ ‘ଜୟ ଶ୍ରୀରାମ’ ନାରାରେ ସହର କମ୍ପି ଉଠିଛି । ବଲାଙ୍ଗିରର ହନୁମାନ ଜନ୍ମୋତ୍ସବ ସମନ୍ୱୟ ସମିତି ପକ୍ଷରୁ ଏହି ବାଇକ ରାଲିର ଆୟୋଜନ ହୋଇଥିବା ବେଳେ ସହର ପରିକ୍ରମା କରୁଛି ବାଇକ ରାଲି । ସ୍ଥାନୀୟ କୋଶଳ କଳା ମଣ୍ଡଳରୁ ରାଲି ବାହାରି ସହରର ମୁଖ୍ୟ ରାସ୍ତାଗୁଡିକରେ ଧ୍ୱଜା ଲାଗିଥିବା ଶହ ଶହ ମଟର ସାଇକେଲଗୁଡିକ ପରିକ୍ରମା କରୁଥିବା ଦେଖିବାକୁ ମିଳିଛି । ଟାଉନ ଥାନା ପକ୍ଷରୁ ଶୃଙ୍ଖଳା ରକ୍ଷା ପାଇଁ ଏହି ବାଇକ୍ ରାଲି ସହ ପୋଲିସ ଗାଡି ମଧ୍ୟ ବୁଲୁଥିବା ଦେଖିବାକୁ ମିଳିଛି ।