ଶ୍ରୀରାମ ଗାଁ ଠାରେ ଯୁବକଙ୍କୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହେଲେ ବାଇକ ଆରୋହି

ବୋଙ୍ଗମୁଣ୍ଡା : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ଗୁରୁତର । ରାସ୍ତାରେ ଚାଲି ଚାଲି ଯାଉଥିବା ଯୁବକଙ୍କୁ ଧକ୍କା ଦେଇ ନିଜେ ଦୁର୍ଘଟଣାର ଶିକାର ହେଲେ ବାଇକ ଆରୋହୀ । ଖଡ଼ିଆଳ-ଭବାନୀପାଟଣା ଶ୍ରୀରାମ ଗାଁ ଠାରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି । ତେବେ ୨ ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଖଡ଼ିଆଳ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡ଼ିଛି । ଗୁରୁତର ମାନେ ଶ୍ରୀରାମ ଗାଁର ଶେଷ ମଲ୍ଲିକ ଓ ଖଡ଼ିଆଳ ଥାନା ତୁକୁଲା ଗାଁର ମିନିକେତନ ପୁଟେଲ ବୋଲି ସୂଚନା ମିଳିଛି । ଘଟଣା ସ୍ଥଳରେ ସିନ୍ଧେକେଲା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.