ବାଇକରୁ ଖସିପଡି ମହିଳା ମୃତ

କଳାହାଣ୍ଡି, ( ଶୁଭେନ୍ଦୁ କୁମାର ପଣ୍ଡା ) : ଭବାନୀପାଟଣା – ଭୁବନେଶ୍ଵର ୨୬ ନମ୍ବର ରାଜ୍ୟ ରାଜପଥ ବଫଲା ପାଖରେ ବାଇକରୁ ଖସିପଡି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ବାଇକରେ ୩ ଜଣ ଆରୋହୀ ଯାଉଥିବାବେଳେ ପଛରେ ବସିଥିବା ମହିଳା ଅସାବଧାନତା ଯୋଗୁଁ ଅଚାନକ୍ ଖସି ପଡିବା ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଆମ୍ବୁଲାନ୍ସ ଯୋଗେ ତାଙ୍କୁ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗୁରୁତର ମହିଳାଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ମୃତା ମହିଳା ମଦନପୁର ରାମପୁର ବ୍ଲକ ଚନ୍ଦନ ପିଣ୍ଡାର ଜୀନା ଚୌଧୁରୀ ବୋଲି ଜଣାପଡିଛି । ସେମାନେ ନର୍ଲାର ଏକ ପ୍ରାଇଭେଟ୍ ଫାଇନାନ୍ସ କମ୍ପାନୀରୁ ଟଙ୍କା ଉଠାଇ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ନର୍ଲା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.