om academy

ହଠାତ୍‌ ଛିଡା ହୋଇଥିବା ବାଇକ୍‌ରେ ଲାଗିଲା ନିଆଁ

jsm

କେନ୍ଦୁଝର : କେନ୍ଦୁଝର ଟାଉନ ଥାନାର ତେନ୍ତୁଳିନଣ୍ଡା ସ୍ଥିତ କଲେଜ ଛକଠାରେ ଛିଡା ହୋଇଥିବା ବାଇକରେ କୌଣସି କାରଣରୁ ଗତକାଲି ନିଆଁଲାଗି ଜଳି ଯାଇଥିବା ଖବର ମିଳିଛି । ବାଇକଟି ଯୋଡ଼ା ବ୍ଲକର କମାରା ଯୋଡ଼ା ଗାର ନିରଂଜନ ପାତ୍ରଙ୍କର ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ସେ ହଷ୍ଟେଲରେ ରହୁଛନ୍ତି । କିଛି ଜିନିଷ ଆଣିବା ପାଇଁ କଲେଜ ଛକରେ ଥିବା ଏକ ଦୋକାନକୁ ଯାଇଥିଲେ । ହେଲେ ହଠାତ୍‌ ତାଙ୍କ ପଲସର ବାଇକରେ ନିଆଁ ଲାଗି ଜଳିବାକୁ ଆରମ୍ଭ କରିଥିଲା । ସେଠାରେ ଥିବା ଲୋକମାନେ ବାଇକ ଉପରେ ପାଣି ପକାଇଥିଲେ ସୁଦ୍ଧା ନିଆକୁ ଆୟତ୍ତ କରିପାରିନଥିଲେ । ପରେ ଅଗ୍ନିଶମ ବାହୀନ ପହଞ୍ଚି ନିଆଁକୁ ଆୟତ କରିଥିଲେ । ହେଲେ ସେତେବେଳକୁ ବାଇକଟି ସଂପୂର୍ଣ୍ଣ ପୋଡି ଜଳି ପାଉଶ ହୋଇଯାଇଥିଲା ।

Leave A Reply

Your email address will not be published.