ବିକଶିତ ଭାରତ ଗଠନରେ ଯୁବାବର୍ଗର ଭୂମିକା ଅନସ୍ୱୀକାର୍ଯ୍ୟ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟର ନେହେରୁ ଯୁବ କେନ୍ଦ୍ର ସୁବର୍ଣ୍ଣପୁର ଶାଖା ଓ ମାନବ ସେବା ଫାଉଣ୍ଡେସନ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାର ଲଛିପୁର ଗ୍ରାମ ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟଠାରେ ଜାତୀୟ ଯୁବ ଦିବସ – ୨୦୨୪ ପାଳିତ ହୋଇଯାଇଛି । ନେହେରୁ ଯୁବ କେନ୍ଦ୍ରର ସଂଯୋଜକ ଏ. ଭି. ନରସିଂହ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ପ୍ରସାର ଭାରତୀ ଜିଲ୍ଲା ପ୍ରତିନିଧି ବେଣୁଧର ପ୍ରଧାନ ଓ ମହାବିଦ୍ୟାଳୟ ଅଧ୍ୟକ୍ଷ ଅରୁଣ କୁମାର ନାୟକ ଅତିଥି ଭାବେ ଯୋଗଦେଇଥିଲେ । ଆର୍ଯ୍ୟବର୍ତ୍ତ ଭାରତ ବର୍ଷର ପ୍ରବୁଦ୍ଧ ମହାପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ଦର୍ଶନ ଓ ଆଦର୍ଶ ଉପରେ ଅତିଥିମାନେ ଆଲୋକପାତ କରିଥିବା ବେଳେ ଏକ ସମୃଦ୍ଧ ଭାରତ ଗଠନ ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମର ପ୍ରମୁଖ ଅଂଶ ଭାବେ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣକୁ ପ୍ରସାରଣ କରାଯାଇଥିଲା । ଏହି ଅବସରରେ ସଡ଼କ ସୁରକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ସଚେତନତା ରାଲି ପରିକ୍ରମା କରିଥିବା ବେଳେ ବିକଶିତ ଭାରତ@୨୦୪୭ର ସଂକଳ୍ପ ନିଆଯାଇଥିଲା ।

Leave A Reply

Your email address will not be published.