ମୁରିବାହାଲ ଥାନାର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଆଇଆଇସି ସନାତନ ସାହୁଙ୍କୁ ଭେଟିଲା ବ୍ଲକ ବିକାଶ ମଞ୍ଚ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅଞ୍ଚଳର ଆଇନଶୃଙ୍ଖଳା ପରିସ୍ଥିତି, ଦିନକୁ ଦିନ ବୃଦ୍ଧି ପାଉଥିବା ଚୋରି, ଡକାୟତି, ଦାଦନ ସମସ୍ୟା, ବିଭିନ୍ନ ମାମଲାରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ଓ ଅଞ୍ଚଳର ଅନ୍ୟାନ୍ୟ ବହୁ ଆଇନ ଶୃଙ୍ଖଳା ସମସ୍ୟା ବିଷୟରେ ମୁରିବାହାଲ ବ୍ଲକ ବିକାଶ ମଞ୍ଚର କର୍ମକର୍ତ୍ତା ମଙ୍ଗଳବାର ଥାନାରେ ନୂଆ ଆଇଆଇସି ରୂପେ ଯୋଗଦେଇଥିବା ସନାତନ ସାହୁଙ୍କୁ ସୌଜନ୍ୟମୂଳକ ଭେଟି ବିସ୍ତୃତ ଆଲୋଚନା କରିଛନ୍ତି । ବ୍ଲକ ବିକାଶ ମଞ୍ଚ ପକ୍ଷରୁ ସଭାପତି ଫାଲଗୁନୀ ହାତୀ, ସାଧାରଣ ସମ୍ପାଦକ ଅମରେଶ ମାଝୀ, ସମ୍ପାଦକ ଥବିର ସା, ଉପସଭାପତି ଯୁଧିଷ୍ଠିର ଭରାସଗ୍ରିଆ, ସମ୍ପାଦକ ମନୁ ହଂସ, କୋଷଧ୍ୟକ୍ଷ ହରିଦାସ ତାଣ୍ଡି, ବଜରଙ୍ଗ ଷାଣ୍ଢ, ବିଷ୍ଣୁ ବାଗ, ମଦନ ଥାଟି, ଟଙ୍କଧର ମାଝୀ, ରବି ବାଗ, ଜିତେନ୍ ରଣା, ବିଷ୍ଣୁ ବାଗ, ଲବ ପଧାନ, ଛବିରାମ ଦାସ, କୁମୁଦ ଭୋଇ ଓ ଅନ୍ୟ ସଭ୍ୟମାନେ ଉପସ୍ଥିତ ଥିଲେ । ଥାନା ଅଞ୍ଚଳରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଆଇନଶୃଙ୍ଖଳା ବ୍ୟବସ୍ଥାକୁ ସୁଧାରିବା ପାଇଁ ମଞ୍ଚ ପକ୍ଷରୁ ପୁଲିସ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି ସଭାପତି ଶ୍ରୀ ହାତୀ ପ୍ରକାଶ କରିଥିଲେ । ଥାନା ଅଞ୍ଚଳର ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅଧିକ ପୁଲିସ ପେଟ୍ରୋଲିଂ, ସାଧାରଣ ଲୋକଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ସହ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଉଥିବା ଥାନା ଆଇଆଇସି ଶ୍ରୀ ସାହୁ ବିକାଶ ମଞ୍ଚ କର୍ମକର୍ତ୍ତାଙ୍କୁ ପ୍ରତିଶୃତି ଦେଇଥିଲେ ।

Leave A Reply

Your email address will not be published.