om academy

ବରଗଡ଼ ବିକାଶ ଫାଷ୍ଟଷ୍ଟେପ୍‌ରେ ବାର୍ଷିକମେଳା ଏକ୍ସପ୍ଲୋରିକା

jsm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ବିକାଶ ଫାଷ୍ଟଷ୍ଟେପରେ ବାର୍ଷିକ ମେଳା ଏକ୍ସପ୍ଲୋରିକା ଅତି ଉଲ୍ଲାସର ସହ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରଗଡ଼ ଡିଇଓ ମିତ୍ରଭାନୁ କଚ୍ଛପ, ବିକାଶ ଗ୍ରୁପ ଅଫ୍ ଇନ୍ସିଚ୍ୟୁଟ୍‌ର ଡାଇରେକ୍ଟର ଡି. ନାଗେଶ୍ୱର ରାଓ, ମେନେଜିଂ ଡାଇରେକ୍ଟର ଭାସ୍କର ରାଓ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ବିକାଶ ଗ୍ରୁପ ଅଫ୍ ଇନ୍ସିଚ୍ୟୁଟ୍‌ର ସମସ୍ତ ଅଧ୍ୟକ୍ଷ ଯୋଗଦେଇ ବିଦ୍ୟାଳୟକୁ ଉତ୍ସବ ମୁଖର କରିଥିଲେ । ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ବର୍ତ୍ତମାନ ଯୁଗରେ ବିଜ୍ଞାନର ଆବଶ୍ୟକତା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ ।ବିକାଶ ଗ୍ରୁପ ଅଫ୍ ଇନ୍ସିଚ୍ୟୁଟ୍‌ର ଡାଇରେକ୍ଟର ଡି. ନାଗେଶ୍ୱର ରାଓ ତାଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରି ପିଲାମାନଙ୍କ ଉନ୍ନତିରେ ଦେଶର ଉନ୍ନତି ହେବ ବୋଲି ମାର୍ଗଦର୍ଶନ କରିଥିଲେ । ମେନେଜିଂ ଡାଇରେକ୍ଟର ଭାସ୍କର ରାଓ ଛାତ୍ରଛାତ୍ରୀମାନଙ୍କୁ ସୃଜନାତ୍ମକ ଚିନ୍ତାଶକ୍ତି ଦିଗରେ ଆଗକୁ ବଢିବାକୁ କହିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ପୁଷ୍ପଳିତା ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରାୟ ୯୦୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏଥିରେ ବିଜ୍ଞାନ ସମେତ ଅନ୍ୟାନ୍ୟ ବିଷୟ ଯଥା ଇଂରାଜୀ, ଓଡ଼ିଆ ଭାଷା, ସଂସ୍କତୃ, ଇତିହାସ, ଚିତ୍ରାଙ୍କନ, ସଂଗୀତ ଓ ଖାଦ୍ୟ ଇତ୍ୟାଦି ପ୍ରଦର୍ଶନ ହୋଇଥିଲା । ଉତ୍ସବରେ ଶୈଳେନ୍ଦ୍ର ସାମଲଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଓ ସୁରଥ କୁଅଁରଙ୍କ ନିର୍ଦ୍ଦେଶନାରେ ନୃତ୍ୟ ପରିବେଷଣ ଚରିଥିଲେ । ନିମନ୍ତ୍ରିତ ବିଚାରକମାନଙ୍କ ତତ୍ତ୍ଵାବଧାନରେ ସମସ୍ତ ପ୍ରତିଯୋଗୀଙ୍କ ମୂଲ୍ୟାୟନ ହୋଇଥିଲା । ବିଦ୍ୟାଳୟର ଛାତ୍ରୀ ଶ୍ରୀୟା ଅଗ୍ରୱାଲ ସଭା ସଂଯୋଜନା କରିଥିବା ବେଳେ ସନ୍ଧ୍ୟା ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ । ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.