ଗଞ୍ଜାମ ଜିଲ୍ଲାସ୍ତରୀୟ ବିକାଶ ମେଳା ଉତ୍ସବର ତୃତୀୟ ସନ୍ଧ୍ୟାରେ ଭୁବନେଶ୍ୱର ଓ ସମ୍ବଲପୁରୀ କଣ୍ଠଶିଳ୍ପୀଙ୍କ ସଙ୍ଗୀତରେ ମଞ୍ଚ ଦୁଲକିବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କେନ୍ଦ୍ରରେ ଓ ରାଜ୍ୟରେ ବିଜେପି ସରକାର ତଥା ଡବଲ୍ ଇଞ୍ଜିନ୍ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଉପଲକ୍ଷେ ଗଞ୍ଜାମ ଜିଲ୍ଲାସ୍ତରୀୟ ବିକାଶମେଳା – ୨୦୨୪ ଛତ୍ରପୁର ଷ୍ଟାଡିୟମ୍ ପରିସରରେ ଗତ ରବିବାର ଆରମ୍ଭ ହୋଇଥିବା ବେଳେ ମଙ୍ଗଳବାର ସନ୍ଧ୍ୟା ହେଉଛି । ଏହି ମହୋତ୍ସବର ଅନ୍ତିମ ଦିବସ ଅଟେ । ପ୍ରଥମ ଦିବସ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା, ଓଡିଶାର ପ୍ରଖ୍ୟାତ କଣ୍ଠଶିଳ୍ପୀ ଡ଼ାକ୍ତର ଚନ୍ଦନ ଗନ୍ତାୟତ, ଡାକ୍ତର ଅନୁରାଧା ପାଣିଗ୍ରାହୀଙ୍କ “ତୋ ଆଖି ମୋ ଆଇନା” ଦର୍ଶକଙ୍କ ବିମୋହିତ ହୋଇଥିଲେ । ଗଞ୍ଜାମ ଜିଲ୍ଲାସ୍ତରୀୟ ବିକାଶ ମେଳା ଉତ୍ସବର ଦ୍ଵିତୀୟ ଦିନ ସନ୍ଧ୍ୟାରେ ଲୋକକଳା, ଓଡ଼ିଶୀ, ସମ୍ବଲପୁରୀ ନୃତ୍ୟ ସହିତ ସ୍ୱନାମଧନ୍ୟ କଳାକାରଗଣ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଦର୍ଶକଙ୍କୁ ଆକର୍ଷିତ କରିଥିଲେ । ଛତ୍ରପୁରର ପ୍ରତିଷ୍ଠିତ କଳା ଅନୁଷ୍ଠାନ କଳା ବିକାଶ କେନ୍ଦ୍ର ପକ୍ଷରୁ ଗୁରୁ ଅଳକା ସାହୁଙ୍କ ନେତ୍ତୃତ୍ଵରେ ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ ହୋଇ ଅଗଣିତ ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରିଦେଇଥିଲା । ସ୍ଵତନ୍ତ୍ର ଆକର୍ଷଣରେ ପ୍ରିନ୍ସ ଡେନସ୍ ଗୃପଙ୍କ ଚିତ୍ତାକର୍ଷକ ନୃତ୍ୟ ପରିବେଷଣରେ ଦର୍ଶକଙ୍କୁ ବିମୋହିତ କରିଥିଲା । ଏଥି ସହିତ ସୁନାମଧନ୍ୟ କଣ୍ଠଶିଳ୍ପୀ ରୋନାଲିସା, ଜିତେନ୍ଦ୍ର, ଜିତୁରାଜ ପିଙ୍କି, ବିଚିତ୍ରା, ଦିଲ୍ଲୀପ ପ୍ରମୁଖ କଣ୍ଠଶିଳ୍ପୀଙ୍କ ସଙ୍ଗୀତ ପରିବେଷଣ ଖୁବ ମନମୁଗ୍ଧ କରିଥିଲା । ବିକାଶ ମେଳା ଉତ୍ସବର ତୃତୀୟ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ତଥା ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଓଡ଼ିଶାର ସ୍ୱନାମଧନ୍ୟ କଳାକାର ଭୁବନେଶ୍ୱରରୁ ଆସୁଛନ୍ତି ମାନସୀ, ଲୋପାମୁଦ୍ରା, ରୋକ୍-ଷ୍ଟାର୍ କଣ୍ଠଶିଳ୍ପୀ ହିମାଂଶୁ, ସମ୍ବଲପୁରୀ କଣ୍ଠଶିଳ୍ପୀ ନୀଲୁ, ଗଣେଶ ପଟ୍ଟନାୟକ ଭଳି ନାମୀ ଦାମୀ କଳାକାର ଅଂଶଗ୍ରହଣ କରୁଛନ୍ତି ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ମିଡ଼ିଆକୁ ଜଣାଇଛନ୍ତି ।

Leave A Reply

Your email address will not be published.