jayashree

ବିକାଶ ପ୍ରକ୍ରିୟା ଜାରି ରଖିବା ପାଇଁ ହାତ ଚିହ୍ନରେ ଭୋଟ ଦିଅନ୍ତୁ : ସମରେନ୍ଦ୍ର

  • ଦୂରଦୃଷ୍ଟିହୀନ ନେତାଙ୍କ ହାତରେ ଅଂଚଳର ବିକାଶ ହୁଏ ନାହିଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିକାଶ ପ୍ରକ୍ରିୟା ଜାରି ରଖିବା ପାଇଁ ହାତ ଚିହ୍ନରେ ଭୋଟ ଦିଅନ୍ତୁ କହିଛନ୍ତି ସମରେନ୍ଦ୍ର । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦୂରଦୃଷ୍ଟିହୀନ ନେତାଙ୍କ ହାତରେ ଅଂଚଳର ବିକାଶ ହୁଏ ନାହିଁ । ଅଂଚଳର ବିକାଶ କରିବାକୁ ହେଲେ ମାଁ ମାଟିକୁ ଭଲ ପାଇବାକୁ ପଡିବ । ଆଗାମୀ ପିଢିକୁ ନଜରରେ ରଖି ଆମ ଲୋକଙ୍କ ପାଇଁ ଯୋଜନା କରିବାକୁ ପଡିବ । କିନ୍ତୁ ଦୁଃଖର କଥା ଆମ ବିଜେଡି ପ୍ରତିଦ୍ୱନ୍ଦୀ ତାଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ଆଜି ତାଙ୍କ ଦ୍ୱାରା ସହର ଭିତରେ ସ୍ଥାପନ ହୋଇଥିବା ୱାଟର ଏଟିଏମ୍‌, ଧୂଳିସଫା ମେସିନ ଓ ସହରର ବିଭିନ୍ନ ଜାଗାରେ ଥିବା ବସ୍‌ଷ୍ଟପ୍‌କୁ ଆମେ ଲୋକ ଲଗାଇ ଖୋଜିଲେ ବି ସହରର କେଉଁ ଜାଗାରେ ଅଛି ତାହା ଦେଖିବାକୁ ମିଳୁ ନାହିଁ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ଦୂରଦୃଷ୍ଟିହୀନ ନେତାଙ୍କ ହାତରେ ଅଂଚଳର ବିକାଶ ଅସମ୍ଭବ । ତେଣୁ ବିଗତ ୧୦ ବର୍ଷ ଭଳି ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ବିକାଶ ପ୍ରକ୍ରିୟାକୁ ନିରନ୍ତର ଜାରି ରଖିବା ପାଇଁ ହାତ ଚିହ୍ନରେ ଭୋଟ ଦିଅନ୍ତୁ ବୋଲି ଆଜି ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀ ସଦର ବ୍ଲକ ଅନ୍ତର୍ଗତ ଚେରେମରା, ଛତ୍ରିଆପାଲି, ଡୁଡୁକାଶିରା, ସୁକତେଲ ପୁର୍ନବାସ କଲୋନୀ, ଗେଡାବାଞ୍ଜି ଏବଂ ହର୍ଡାଟାଲ ଗ୍ରାମ ଠାରେ ଅନୁଷ୍ଠିତ ଜନ ଆଶୀର୍ବାଦ ସଭାରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ଏହି ନିର୍ବାଚନୀ ପ୍ରଚାର ବେଳେ ଜନ ଆଶିର୍ବାଦ ସଭାରେ ସମରେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଏଠାକାର ବିଜେଡି ରାଜନେତାମାନେ ଦୀର୍ଘ ସମୟ ଧରି ଲୋକଙ୍କ ସମର୍ଥନ ପାଇଥିଲେ ହେଁ ବଲାଙ୍ଗିରବାସୀଙ୍କ ପାଇଁ କୌଣସି ବଡ ପ୍ରକଳ୍ପ ଆଣି ପାରିଲେ ନାହିଁ । ଯୁବକଙ୍କ ପାଇଁ କୌଣସି ରୋଜଗାର ସୃଷ୍ଟି କରିପାରିଲେ ନାହିଁ । ତେଣୁ ଗତ ଦୁଇଟି ନିର୍ବାଚନରେ ଲୋକେ ତାଙ୍କୁ ପ୍ରତ୍ୟାକ୍ଷାନ କରିସାରିଛନ୍ତି ବୋଲି ସମରେନ୍ଦ୍ର କହିବା ସହ ଯଦି କଂଗ୍ରେସ ସରକାରକୁ ଆସେ ତେବେ ଗୃହ ଜ୍ୟୋତି ଯୋଜନାରେ ଘରୋଇ ଉପଭୋକ୍ତଙ୍କ ପାଇଁ ୨୦୦ ୟୁନିଟ ବିଦ୍ୟୁତ ଦେୟ ମାଗଣା, ଯୁବ ବିକାଶ ଯୋଜନାରେ ପ୍ରତ୍ୟେକ ବର୍ଷ ୫ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା, ବେକାରୀ ଭତ୍ତା ମାସିକ ୩ ହଜାର ଟଙ୍କା, କୃଷକମାନଙ୍କ ପାଇଁ ବୋନସ ସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୩ ହଜାର ଟଙ୍କା, କୃଷିଋଣ ଛାଡ, କୃଷକମାନଙ୍କ ପାଇଁ ୨ହଜାର ଟଙ୍କା ପେନ୍‌ସନ୍‌ ବ୍ୟବସ୍ଥା, ଗୃହଲକ୍ଷ୍ମୀ ଯୋଜନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟଙ୍କ ଋଣ ଛାଡ ଓ ପ୍ରତ୍ୟେକ ମହିଳାଙ୍କୁ ମାସିକ ୨ହଜାର ଟଙ୍କା ଭତ୍ତା, ଆଦିବାସୀ ଓ ଦଳିତ ମହିଳା ୩ହଜାର ଟଙ୍କା ଭତ୍ତା, ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ବ୍ୟବସ୍ଥା ସହ ୨୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ମାଧ୍ୟମରେ ମାଗଣା ଚିକିତ୍ସା, ବାର୍ଦ୍ଧକ୍ୟ ବିକଳାଙ୍ଗ ଭତ୍ତା ମାସିକ ୨ ହଜାର ଟଙ୍କା ପ୍ରଦାନ, ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା ଏବଂ ୧୦୦ ଦିନ ଭିତରେ ପେଶା ଆଇନକୁ କଡାକଡି ଭାବେ ଲାଗୁ କରାଯିବ ବୋଲି ବିଧାୟକ ପ୍ରାର୍ଥୀ ଶ୍ରୀ ମିଶ୍ର ଉପସ୍ଥିତ ଜନସାଧାରଣଙ୍କୁ ନିଜ ବକ୍ତବ୍ୟରେ କହିଥିଲେ ।

Leave A Reply

Your email address will not be published.