
ମ. ରାମପୁର (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ଗ୍ରାମ ପଞ୍ଚାୟତଠାରେ “ବର୍ଷ ଏକ ଉପଲବ୍ଧି ଅନେକ” ତଥା ବିକାଶ ବାହନକୁ ମହିଳାମାନେ ସ୍ୱାଗତ କରିଥିଲେ । ସରପଞ୍ଚ କେତକୀ ଦଣ୍ଡିଆଙ୍କ ସଭାପତିତ୍ୱ କରିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ଲକ୍ଷ୍ମଣ ପଧାନ, ବ୍ଲକ ସମ୍ପ୍ରସାରଣ ଅଧିକାରୀ, ଶ୍ୟାମ ସୁନ୍ଦର ନାୟକ, ଶିକ୍ଷାବିତ ସହଦେ । ପାଢ଼ୀ ବିଜେପି ମଣ୍ଡଳ ସଭାପତି ଖ୍ରୀଷ୍ଟଦତ୍ତ ରାଉତ, ବରିଷ୍ଟ କର୍ମୀ ସୁଦର୍ଶନ ପାଢ଼ୀ ସମିତିସଭ୍ୟା ପଦ୍ମିନୀ, ଏମ.ବି.କେ. ମୋହନପ୍ରିୟା ନାଏକ, ଆମ ଜଙ୍ଗଲ ଯୋଜନା ଦଳପତି ପ୍ରଦିପ କୁମାର ସାହୁ ଉପସ୍ଥିତ ରହି ସରକାରଙ୍କ ଜନ ହିତକାରୀ ଯୋଜନା ବିଷୟରେ ଅବଗତ କରିବା ସହ ନୂତନ ହିତାଧିକାରୀଙ୍କୁ ଭତ୍ତା, ଅନ୍ତଦୟ ଯୋଜନା ରେ ଘର ତିଆରି ପାଇଁ କାର୍ଯ୍ୟାଦେଶ ଓ ଆୟୁସମାନ ଭାରତ ଯୋଜନାରେ କାର୍ଡଓଲ ଓ ଜମି ପଟ୍ଟା ବଣ୍ଟନ କରିଥଲେ । ଏଥିରେ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ସନିଶ୍ଚର ସୁରଜ ହରିଜନ ମଞ୍ଚ ପରିଚାଳନା କରିଥିବା ବେଳେ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ବନରକ୍ଷୀ ସତ୍ୟମ ଭୋଇ, ସ୍ୱାସ୍ଥ୍ୟ ବିଭାଗରୁ ଆଦିତ୍ୟ ପଧାନ, କୃଷି ବିଭାଗରୁ ବୁଦ୍ଧଦେବ ସାହୁ, ମହିଳା ଓ ଶିଶୁ ବିଭାଗରୁ ଉପସ୍ଥିତ ଥିଲେ । ଏଡ଼ିଓସେସଦେବ ବାଗ, ଯୋଗାଣ ସହାୟକ ହୃଷିକେଶ ବଗର୍ତ୍ତି, ବନମାଳୀ ସିଂ, ଅଙ୍ଗନବାଡି ଦିଦି, ଆଶା କର୍ମୀ, ସମସ୍ତ ୱାର୍ଡ ସଭ୍ୟ, ସିଆରପି, ପ୍ରାଣୀ ଓ କୃଷି ମିତ୍ର ସହା ସହଯୋଗ କରିଥିଲେ । ସେହିଭଳି ଡି.କରଲା ଖୁଣ୍ଟା ଗ୍ରାମ ପଞ୍ଚାୟତଠାରେ ସରପଞ୍ଚ ସ୍ନିଗ୍ଧାରାଣୀ ରଣାଙ୍କ ନେତୃତ୍ୱରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।