oom

ସ୍ୱତନ୍ତ୍ର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆସନ୍ତା ୧୭ ଯାଏ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ସେକ୍ଟର ୬ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ତରଫରୁ ସ୍ୱତନ୍ତ୍ର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ସଙ୍ଗୀତ କଳା କର୍ମଶାଳା ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି । ପ୍ରଧାନ ଆଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀଙ୍କ ଆବାହକତ୍ଵ ଓ ଶ୍ୟାମସୁନ୍ଦର ସେଠୀଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋହରେ ଆକାଶବାଣୀ ସମ୍ବଲପୁରର ବିଶିଷ୍ଟ କଣ୍ଠଶିଳ୍ପୀ ତରଣୀସେନ ଦାସ ମୁଖ୍ୟଅତିଥି, ସଂଗୀତ ନିର୍ଦ୍ଦେଶକ ଡାକ୍ତର ସୁଶାନ୍ତ ପାଣି ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ସଂଗୀତ କିପରି ସମାଜକୁ ରସମୟ ଓ ଆନନ୍ଦର ଲହରୀର କାରକ ତଥା ଆମ ସଂସ୍କୃତିକୁ ପ୍ରାଣବନ୍ତ କରେ ସେ ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ଶାସ୍ତ୍ରୀୟ ସଂଗୀତ ସହିତ ପ୍ରାଣାୟମ ଆମକୁ ପ୍ରାଣବନ୍ତ କରାଏ ବୋଲି ମତ ରଖିଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଶତପଥି ଏହି କର୍ମଶାଳାର ଆଭିମୁଖ୍ୟ ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ବିଦ୍ୟା ମନ୍ଦିରରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ସଂଗୀତ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ଏହି କର୍ମଶାଳା ସହାୟକ ହେବ ବୋଲି ସେ ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା କମିଟିର ସଦସ୍ୟ ତଥା କୋଷାଧ୍ୟକ୍ଷ ଉପେନ୍ଦ୍ର ନାଥ ଦାସ, ଦିଲ୍ଲେଶ୍ୱରୀ ମହନ୍ତ, ଗୁରୁ ରଜତ ପଣ୍ଡା ମଞ୍ଚାସୀନ ଥିଲେ । ଏହି ଅବସରରେ ସଂଗୀତ ଗୁରୁ ଶ୍ରୀ ଦାସ, ବକ୍ତା ଡାକ୍ତର ପାଣି, ଗୁରୁ ଶ୍ୟାମସୁନ୍ଦର ସେଠୀ ଶାସ୍ତ୍ରୀୟ ସଂଗୀତ ଓ ଭଜନ ପରିବେଷଣ କରିଥିଲେ । ତାବଲାରେ ଗୁରୁ ଶ୍ରୀ ପଣ୍ଡା ସହଯୋଗ କରିଥିଲେ । କର୍ମଶାଳାରେ ସହ ପ୍ରଧାନ ଆଚାର୍ଯ୍ୟ ଜନ୍ମଞ୍ଜୟ ସୁଆର, ସୁମିତ୍ରା ମିଶ୍ର, ପୁଷ୍ପଲତା ବିଶ୍ୱାଳ, ବିଭୂତି ଭୂଷଣ ସାମଲ, ଅଞ୍ଜନା ବାରିକ, ଅପର୍ଣ୍ଣା ପଣ୍ଡା, ସନ୍ଧ୍ୟାରାଣୀ ସାମନ୍ତ, ସରୋଜିନୀ ଜେନା, ନନ୍ଦିତା ବାରିକ, ସୁଜାତା ମହାନ୍ତି, ସଂଗୀତା ଦାସ, ପୁଷ୍ପଲତା ଦାସ, ମୋନାଲିକା ଦାସ, ସବିତା ନନ୍ଦ, ଲଳିତା ବେହେରା, ବିଜୟଲକ୍ଷ୍ମୀ ବାରିକ, ପ୍ରଦୀପ୍ତ ପଟ୍ଟନାୟକ, ରାଧାମୋହନ ଦାସ, ରେଖା ମହାନ୍ତି, ଲକ୍ଷ୍ମୀ ବେହେରା ପ୍ରମୁଖ ଉପସ୍ଥିତ ରହି କର୍ମଶାଳା ପରିଚାଳନା କରିଥିଲେ । ଶେଷରେ ସହ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସୁଆର ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ ଯେ ଆସନ୍ତା ୯ ତାରିଖ ଦିନ ଅଭିନୟ କଳା କର୍ମଶାଳା ଅନୁଷ୍ଠିତ ହେବ ।

jittmm
Leave A Reply

Your email address will not be published.