ପଦ୍ମପୁରରେ ଘନ ଘନ ବିଜୁଳି କାଟ : ଜନ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମଗ୍ର ପଦ୍ମପୁର ଅଞ୍ଚଳ ପ୍ରବଳ ଖରା ଓ ଝାଞ୍ଜି ପବନରେ ସିଝୁଥିବା ବେଳେ ଘନ ଘନ ବିଦ୍ୟୁତ ବିଭ୍ରାଟ ଯୋଗୁଁ ଜନଜୀବନ ଅତିଷ୍ଠ ହୋଇ ପଡିଛି । ଫଳରେ ଟାଟା ପାୱାର ବିରୁଦ୍ଧରେ ଜନ ଅସନ୍ତୋଷ ବଢ଼ିବାରେ ଲାଗୁଛି । ବରଗଡ଼ ଜିଲ୍ଲାରେ ତାପମାତ୍ରା ୪୬ ଡିଗ୍ରୀରୁ ଅଧିକ ରହୁଥିବା ବେଳେ ୫୦ ଡିଗ୍ରୀ ଭଲି ଉତ୍ତାପ ଯୋଗୁଁ ସକାଳୁ ସନ୍ଧ୍ୟା ଓ ରାତ୍ରି ତମାମ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସେଥିରେ ପୁଣି ଘନ ଘନ ବିଦ୍ୟୁତ କାଟ ଗାଁ ଠାରୁ ସହର ସବୁଠି ବିଦ୍ୟୁତ ବିଭ୍ରାଟ ଜିଲ୍ଲାବାସୀଙ୍କୁ ଅତିଷ୍ଠ କରୁଥିବାରୁ କେବେ ବି ଜନ ଅସନ୍ତୋଷ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିପାରେ । ସକାଳ ୮ ଘଣ୍ଟା ସମୟରେ ଘରୁ ପଦାକୁ ବାହାରିବାକୁ ଲୋକମାେ୩ନ ଭୟ କରୁଛନ୍ତି । ଦିନ ୧୦ଟା ସମୟ ହେଲେ ପ୍ରବଳ ଉତ୍ତାପ ବୃଦ୍ଧି ଯୋଗୁଁ ମୁହଁ, ଗୋଡହାତ ପୋଡ଼ୁଛି । ରାସ୍ତା ଘାଟ ଶୂନ୍‌ଶାନ୍‌ ହୋଇ ପଡ଼ୁଥିବା ବେଳେ ଦୋକାନ ବଜାର ବନ୍ଦ ହୋଇ ପଡୁଛି । ବିନା କାମରେ ଲୋକେ ଘରୁ ବାହାରିବାକୁ ଇଚ୍ଛା କରୁ ନାହାନ୍ତି । ସକାଳେ ଯେଉଁଭଳି ଗରମ ସନ୍ଧ୍ୟା ଓ ରାତ୍ରିରେ ସେଇଭଳି ଗରମ ଅନୁଭୂତ ହୋଉଛି । ନିଆଁ ବର୍ଷାର ଅନୁଭବ ହେଉଥିବା ବେଳେ ଟାଟା ପାୱାରର ବିଦ୍ୟୁତ ବିଭ୍ରାଟ ଗାଁରୁ ସହର ସବୁଠି ଗ୍ରାହକ ଅତିଷ୍ଠ ହେଲେଣି । ସେହିପରି ପଦ୍ମପୁର, ଗାଇସିଲେଟ, ପାଇକମାଲ, ଝାରବନ୍ଧ ପ୍ରଭୃତି ଅଞ୍ଚଳରେ ବିଦ୍ୟୁତ ସମସ୍ୟା ଜନ ଜୀବନକୁ ଅତିଷ୍ଠ କରୁଥିବାରୁ ଟାଟା ପାୱାର ବିରୁଦ୍ଧରେ ଜନ ଅସନ୍ତୋଷ ବଢ଼ିବାରେ ଲାଗୁଛି ।

Leave A Reply

Your email address will not be published.