ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟାଞ୍ଚ ଓ ଡଷ୍ଟବିନ ପାଇଁ ଦାବୀ କଲା ବିଜୁ ଛାତ୍ର ଜନତା ଦଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସ ଭିତରେ ଛାତ୍ରଛାତ୍ରୀଙ୍କ ଲିଜର ସମୟ କାଟିବା ପାଇଁ ସିନ୍ଥେଟିକ ଗ୍ଲାସ ଖଞ୍ଜା ବ୍ୟାଞ୍ଚ ଓ ଡଷ୍ଟବିନ ଯୋଗେଇ ଦେବାକୁ ଦାବୀ ଜଣାଇଛି ଜିଲ୍ଲା ବିଜୁ ଛତ୍ର ଜନତା ଦଳ । ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଂପାଦକ ସୁମନ ନନ୍ଦଙ୍କ ନେତୃତ୍ୱରେ ଏକ ଛାତ୍ର ଦଳ ବଲାଙ୍ଗିର ପୌରନିର୍ବାହୀ ଅଧିକାରୀ ବିପିନ ଦୀପଙ୍କୁ ଦେଖା କରିବା ସହିତ ଏସମ୍ବନ୍ଧିୟ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ବଲାଙ୍ଗିର ପୌରସଂସ୍ଥା କଲେଜ କାନ୍ଥ ଗୁଡିକରେ ଲୋକକଳା ଚିତ୍ର ଅଙ୍କନ କରି କଲେଜ ସୁନ୍ଦରୀକରଣ ପ୍ରଚେଷ୍ଟା ଜାରି ରଖିଛି । ଏହା ସହିତ କଲେଜ ଛାତ୍ରଛାତ୍ରୀଙ୍କ ଲିଜର ସମୟ କାଟିବା ପାଇଁ କିଛି ସିନ୍ଥେଟିକ ଗ୍ଲାସ ଖଞ୍ଜା ବ୍ୟାଞ୍ଚ ସହିତ ବିଭିନ୍ନ ସ୍ତାନରେ ଡଷ୍ଟବିନର ଆବଶ୍ୟକତା ରହିଛି । ଏହା ଦ୍ୱାରା କଲେଜ ପରିସର ଆହୁରି ସୁନ୍ଦର ଦେଖାଯିବା ସହିତ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଦଳ ପକ୍ଷରୁ ଉଲ୍ଲେଖ କରାଯାଇଛି । ଏହି କାର୍ୟ୍ୟକ୍ରମରେ ସୁମନ ନନ୍ଦଙ୍କ ବ୍ୟତୀତ ରାଜେଶ ସାହୁ, ଆକାଶ ଗଡତିଆ, ବିକାଶ ମୁଦୁଲି, ବୁଲୁ ତରିଆ, କୈଳାସ ସାହୁଓ ଶୈବିନାୟକ ମିଶ୍ର ପ୍ରମୂଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.