
ଅନୁଗୁଳ : ଅନୁଗୁଳ ଜିଲ୍ଲାର ଲୋଧାଝରି ଗାଁର ୨୩ ବର୍ଷୀୟା ଦଳିତ ଯୁବତୀଙ୍କୁ ଏପ୍ରିଲ ୨୬ ତାରିଖରେ ରେଳ ଷ୍ଟେସନ ପାଖରୁ ଅପହରଣ କରାଯାଇ ବଳତ୍କାର ଓ ହତ୍ୟା କରାଯିବା ପରେ ଏସିଡ ଯୋଗେ ଶବକୁ ଜଳାଇଦେବା ଭଳି ଜଘନ୍ୟ ନାରକୀୟ କାଣ୍ଡ ମାମଲାକୁ ନେଇ ବିଜେଡ଼ି କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି । ବିଜେଡ଼ିର ବରିଷ୍ଠ ସଦସ୍ୟା ଡ. ଲେଖାଶ୍ରୀ ସାମନ୍ତସିଂହାର, ଟୁକୁନି ସାହୁଙ୍କ ସହ ଏକ ପ୍ରତିନିଧି ମଣ୍ଡଳ ଅନୁଗୁଳ ଏସ୍ପି ଓ ଡିଆଇଜିଙ୍କୁ ଭେଟି ଅପରାଧୀକୁ ତୁରନ୍ତ ଗିରଫ କରି ଶକ୍ତ ସଜା ଦେବା ପାଇଁ ଆଜି ଦାବି କରିଛନ୍ତି । ରାଜ୍ୟର ବିଗିଡି ଥିବା ଆଇନ ଶୃଙ୍ଖଳା ବିଷୟରେ ମଧ୍ୟ ବିଜେଡ଼ି ପ୍ରତିନିଧି ମଣ୍ଡଳ ଆଲୋଚନା କରିଥିବାର ସୂଚନା ମିଳିଛି ।