ପଦ୍ମପୁର ପଦାରେ ପଡ଼ିଲା ବିଜେଡିର ଚାଲବାଜି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଧରା ପଡ଼ିଲା ବିଜେଡିର ଦୀର୍ଘ ଦିନର କେଳେଙ୍କାରୀ । ପ୍ରଚୁର ପରିମାଣରେ କ୍ଷମତାର ଅପବ୍ୟବହାର । ପଦାରେ ପଡ଼ିଲା ବିଧାୟକ ପାଣ୍ଠି ହରିଲୁଟ ସତ । ପଦ୍ମପୁର ସହରରେ ବିଧାୟକ ପାଣ୍ଠିକୁ ମନଇଛା ଅପବ୍ୟବହାର କରିଥିଲା ପୂର୍ବର ନବୀନ ସରକାର । ବିଜେଡି ନେତାମାନେ ମନଇଛା ବିଧାୟକ ପାଣ୍ଠିକୁ ହରଣଚାଳ କରିଥିଲେ । ନିଜ କ୍ଷମତା ବଳରେ ନିଜ ମନ ମୁତାବକ ଯେଉଁଠି ଚାହୁଁଥିଲେ ପାଣ୍ଠିକୁ ବ୍ୟବହାର କରୁଥିଲେ । ସବୁ ଜାଲିଆତି ଏବେ ପଦାକୁ ଆସିବାରେ ଲାଗିଛି ଉଠିଲାଣି ବିରୋଧର ସ୍ୱର । ଜବରଦଖଲ କରିଥିବା ଘରକୁ ଉଚ୍ଛେଦ ଲାଗି ମେଳି ହେଲେଣି ଅଂଚଳବାସୀ । ବରଗଡ଼ ଜିଲ୍ଲା ପଦ୍ମପୁରରେ ଦୀର୍ଘ ୨୪ ବର୍ଷ ବିଜେଡି ସରକାର ସମୟରେ ବିଜ୍ଞାପିତ ଅଂଚଳ ପରିଷଦ ନଗର ମଧ୍ୟରେ କ୍ଷମତାର ଅପବ୍ୟବହାର କରି ବିଧାୟକ ଓ ପରିଷଦ ପାଣ୍ଠିରୁ ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ସରକାରୀ ଜମି ଓ ସେଥିରେ ଜବରଦଖଲ କରି ବ୍ୟବହାର କରିଥିବାରୁ ଏହା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପିର ଦାବି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ପଦ୍ମପୁର ନଗର ବିଜେପି । ଏନେଇ ଜିଲ୍ଲା ପ୍ରଶାସନ ନିକଟରେ ୪ ଦଫା ଦାବି ଉପସ୍ଥାପନ କରିଛି ଦଳ । ପଦ୍ମପୁର ସହରରେ ବିଧାୟକ ପାଣ୍ଠିର ଅପବ୍ୟବହାର କରି ଜବରଦଖଲ କରିଥିବା ଘର ଉ୍େ‌ଦ ପାଇଁ ପ୍ରଶାସନ ନିକଟରେ ଦାବି ହୋଇଛି । ପଦ୍ମପୁର ଏନ୍ ଏ ସି ଦ୍ୱାରା ନିର୍ମିତ ବିଜୁ ମାର୍କେଟ କମ୍ପ୍ଲେକ୍ସ ଓ ସେଥିରେ କଲ୍ୟାଣ ମଣ୍ଡପ ନିର୍ମାଣ ହୋଇଥିଲେ ମଧ୍ୟ ସାଧାରଣ ଲୋକଙ୍କର ବ୍ୟବହାର ହେଉନଥିବା ଓ ମାର୍କେଟ କମ୍ପ୍ଲେକ୍ସ ଓ କଲ୍ୟାଣ ମଣ୍ଡପ ବିଜୁ ଜନତାଦଳର ବ୍ୟବହାରରେ ଲଗାଇଥିବା, ବିନା ଟାଉନ୍ ପ୍ଲାନିଂରେ ସରକାରୀ ଜମିରେ ଟ୍ରକ ଆସୋସିଏସନ୍ ନାମରେ ଜମି ପ୍ରଦାନ କରି ସରକାରୀ ପାଣ୍ଠିରେ କୋଠା ତିଆରି କରିବା ଘଟଣାରେ ଉଛେଦ ପାଇଁ ନିର୍ଦେଶ ରହିଥିଲେ ବି କ୍ଷମତାର ଅପବ୍ୟବହାର କରି ଉଛେଦ ମାମଲାକୁ ଚପାଇଦେବା, ବୋଡାସମ୍ବର ଫ୍ରି ଥିଙ୍କର ଆସୋସିଏସନ୍ ନାମରେ ୧୯୯୧-୨୦୦୦ମସିହାରେ ତତ୍କାଳୀନ ବିଧାୟକ ପାଣ୍ଠିର ଅପବ୍ୟବହାର କରି ଖତା ୧୩୧୮ ପ୍ଲଟ ନଂ ୧୪୨୪ ଅନ୍ତର୍ଗତ ପଦ୍ମପୁର ସାର୍ବଜନୀନ ଦୁର୍ଗାପୂଜା ପଡ଼ିଆର ୨୦ ଡିସିମିଲ ଜମିରେ ଜବରଦଖଲ କରି ଆଲିସାନ ଘର ତିଆରି କରି ମାଡ଼ି ବସିଥିବା ଓ ଆଥଲେଟିକ ଆସୋସିଏସନ୍ର ଅଶୋକ ପଡ଼ିଆରେ ଥିବା ଖେଲାଳିଙ୍କ ବିଶ୍ରାମ ଗୃହକୁ ଅନାଧିକାର ଭାବରେ ଜବରଦଖଲ କରି ଅପବ୍ୟବହାର କରୁଥିବା ଦର୍ଶାଇ ପଦ୍ମପୁର ଏଡିଏମ୍ କୁନାଲ ମୋତିରାମ ଚୌହାନଙ୍କ ଠାରେ ପଦ୍ମପୁର ଭାରତୀୟ ଜନତା ପାର୍ଟିର ଯୁବନେତା ପ୍ରୀତେଶ ବହିଦାର, ନଗର ସାଧାରଣ ସମ୍ପାଦକ ଅଶୋକ ମିଶ୍ର, ବରିଷ୍ଠ ନେତା ସୁବାସ ପାତ୍ର, ସରୋଜ ମିଶ୍ର, କାଉଲସିଲର କୁନାଲ ପାଣିଗ୍ରାହୀ, ଆଇନଜୀବୀ ହରି ସିଂ, ଆଦିତ୍ୟ ରଥ,ରଞ୍ଜୁ ସେଠ, ଜୋସ୍ନାରାଣୀ କର, ନରୋତମ ପଧାନ, ପ୍ରତାପ ନାଥ, ରାଜେଶ ଗୁର୍ଲ୍ଲା, ନରେଶ ସୁନ୍ଦର ସାହୁ, ଅମିତ ଗର୍ଗ, ଦୀନେଶ ବାରିକ, ସୁରଜ ସୁନା, ସୁରେଶ ସାହୁ, ଅନିଲ ଗୁର୍ଲ୍ଲା, ୱାରିସ ରାଜା, ଉଦ୍ଧବ ଡୁଙ୍ଗରି, ଶଙ୍କର ରାଉତ, ମୁକେଶ ସେଠ, ନବ କଣ୍ଟା, ହରେଶ ଷାଣ୍ଢ ସମସ୍ତଙ୍କ ଉପସ୍ଥିତିରେ ଯଥା ଶୀଘ୍ର ଉଚିତ ତଦନ୍ତ ସହ କାର୍ଯ୍ୟୃନୁଷ୍ଠାନ ଓ ଜବରଦଖଲ ଉଚ୍ଛେଦ କରିବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଏହା ଉପରେ ଶୀଘ୍ର ପଦକ୍ଷେପ ନେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.