ଗୁରୁଣ୍ଡାରେ ଏକ ଦିବସୀୟ ମହିଳା ଫୁଟବଲ : ଟିଟିଲାଗଡ ଦଳ ବିଜୟୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁରୁଣ୍ଡା ଖେଳ ପଡିଆଠାରେ ଏକତା କ୍ଲବ ଗୁରୁଣ୍ଡା ଆନୁକୁଲ୍ୟରେ ଏକ ଦିନିକିଆ ମହିଳା ଫୁଟବଲ ଖେଳ ଟିଟିଲାଗଡ଼ ଓ ବରଗଡ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଖେଳରେ ଟିଟିଲାଗଡ ଦଳ ୧-୦ ଗୋଲରେ ବରଗଡ଼ ଦଳକୁ ପରାସ୍ତ କରି ବିଜୟୀ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ ଓ ବିଶିଷ୍ଟ ଅତିଥି ଭାବରେ ପୂର୍ବତନ ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ନିରୁପମା ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବରେ ସରପଞ୍ଚ କାଲିଆ ସରାଫ, ବିଜେଡି ନେତା କଶ୍ୟପ ସରାଫ, ଯୁଧିଷ୍ଠିର ଭରାସଗରିଆ, ପିଙ୍କି ଖର୍ସେଲ, ବିଷ୍ଣୁ ଯୁଏଡ, ତପନ ଦୀପ, ବରୁଣ ଲୁହା, ପିଣ୍ଟୁ ଦୀପ, ମୋହନ ଲାଲ ସରାଫ, ବୁଧଦେବ ସରାଫ,ସୁମନ୍ତ ସରାଫ ଏବଂ ଆୟୋଜକ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Leave A Reply

Your email address will not be published.