ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଓ ତାଲଭଟା ଗ୍ରାମର ମିଳିତ ଆନୁକୂଲ୍ୟରେ ଚାଲିଥିବା ତୃତୀୟ ତମ ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଦ୍ଵିତୀୟ ଦିବସରେ ପହଞ୍ଚିଛି । ଆୟୋଜକ କମିଟିର ସଭାପତି ହୁଲେଶ୍ୱର ହଂସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ପରମେଶ୍ୱର ମହାନନ୍ଦ, ସମ୍ମାନୀୟ ଅତିଥି ଭାବେ ପୂର୍ବତନ ସମିତି ସଭ୍ୟ ମଧୁସୂଦନ ସାହୁ, ସମାଜସେବୀ ଭୁରିଶ୍ରବା ବିଶି, ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ନୀଳମଣି ବିଶି, ତାଲଭଟା ଗଉନ୍ତିଆ ବୃନ୍ଦାବନ ବେହେରା, ପୂର୍ବତନ ଫୁଟବଲ ଖେଳାଳି କୁଞ୍ଜବିହାରୀ ବେହେରା, ଲମ୍ବୋଦର ବେହେରା, ଧବଳେଶ୍ୱର ବେହେରା, ସମାଜକର୍ମୀ ଦେବରାଜ ମହାନନ୍ଦ, ଶିକ୍ଷକ କଳାକୃଷ୍ଣ ବିଶି, ସମ୍ବାଦିକ ରାଧେଶ୍ୟାମ ମେହେର, ଯୁବ ସ୍ୱେଚ୍ଛାସେବୀ ରିଙ୍କୁ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଦ୍ଵିତୀୟ ଦିବସ ମ୍ୟାଚ୍ରେ ତେତେଲପଡା ଓ ବଙ୍କାପୁର ଦଳ ମଧ୍ୟରେ ଖେଳ ହୋଇଥିଲା । ଏଥିରେ ବଙ୍କାପୁରକୁ ୨-୦ ଗୋଲରେ ପରାସ୍ତ କରି ତେତେଲପଡା ଦଳ ବିଜୟୀ ହୋଇଥିଲା । ରେଫରୀ ନିତେଶ ମାଝୀ ଖେଳ ପରିଚାଳନା କରିଥିବା ବେଳେ ଲାଇନରେ ବୈଷ୍ଣବ ତାଣ୍ଡି ଓ ନବୀନ ସରାଫ ସହଯୋଗ କରିଥିଲେ । ପରମାନନ୍ଦ ଛତ୍ରିଆ ଧାରା ବିବରଣୀ ପ୍ରଦାନ କରିଥିଲେ । ଆୟୋଜକ କମିଟିର ସଂଯୋଜକ ରାହୁଲ ବାଗ, ଉପସଭାପତି ତ୍ରିବିକ୍ରମ ବେହେରା, ସମ୍ପାଦକ ଆଶିଷ ବେହେରା, ସହ ସମ୍ପାଦକ ଗିରିଶ ଅଦା, କୋଷାଧ୍ୟକ୍ଷ ପ୍ରିୟରଞ୍ଜନ ହଂସ, ଉପଦେଷ୍ଟା ଅଶୋକ କୁମାର ବିଶି, କେଦାର ଭୋଇ, ସଦସ୍ୟ ଜିତେନ୍ଦ୍ର ହଂସ, ନରେନ୍ଦ୍ର ପୁଞ୍ଜି, ଅଭିଷେକ ହଂସ, ନିତ୍ୟା ହଂସ, ବିକାଶ ହଂସ, ସୁନୀଲ କୁମାର ବିଶିଙ୍କ ସହ ବହୁ ସଦସ୍ୟମାନେ ସହଯୋଗ କରିଥିଲେ ।