ଗୋପରାମ ହଂସ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସ : ବଡଗମଡା ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ସ୍ଥିତ ଖେଳପଡିଆ ଠାରେ ସ୍ୱାମୀ ବିବେକାନନ୍ଦ ପାଠାଗାର, ଏଥଲେଟିକ୍ସ ଏସୋସିଏସନ ବଙ୍ଗୋମୁଣ୍ଡା ପକ୍ଷରୁ ପ୍ରଥମ ବର୍ଷ ଗୋପରାମ ହଂସ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଚତୁର୍ଥ ଦିବସରେ ପହଞ୍ଚିଛି । ଚତୁର୍ଥ ଦିବସରେ ମୁଖ୍ୟ ଅତିଥି ରୂପେ ବଙ୍ଗୋମୁଣ୍ଡା ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଚତୁର୍ଥ ଦିବସ ମ୍ୟାଚ୍‌ ବଡ଼ଗମଡା ଓ କଣ୍ଟାବାଞ୍ଜି ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ସଂଘର୍ଷ ପୂର୍ଣ୍ଣ ଭାବେ ଖେଳ ହୋଇଥିବା ବେଳେ କଣ୍ଟାବାଞ୍ଜିକୁ ପରାସ୍ତ କରି ବଡ଼ଗମଡା ଦଳ ସେମିଫାଇନାଲରେ ପହଂଚିଛି । ଆୟୋଜକ କମିଟିର ଡବ୍ଲୁ ହଂସ, ଯତୀନ ସିନ୍ଦୁର, ମଣ୍ଟୁ ସରାଫ,ମଣ୍ଟୁ ଟାଣି, ଦିବସ ମାଝୀ, ଶଶାଙ୍କ ଶେଖର ଦାସ ଯାଦବ, ସୁଧୀର ବାଗ, ଦିବ୍ୟସିଂ ନାଏକଙ୍କ ସହ ଆୟୋଜକ କମିଟି ସହଯୋଗ କରିଥିଲେ । ଆଶୀର୍ବାଦ ସା ରେଫରୀ ଓ ଅଶ୍ୱିନୀ ଭୁକ୍ତା, ପ୍ରତାପ ଭୁକ୍ତା, ଲାଇନ ମ୍ୟାନ ଭାବରେ ଖେଳ ପରିଚାଳନା କରିଥିଲେ । ରଶ୍ମିକାନ୍ତ ସିନ୍ଦୁର ଚତୁର୍ଥ ଅମ୍ପାୟାର ଦାୟିତ୍ୱ ତୁଲାଇଥିଲେ । ଆସନ୍ତା ଜାନୁଆରୀ ୨୬ ତାରିଖ ଦିନ ଫାଇନାଲ୍ ମ୍ୟାଚ୍‌ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.