କୋଚ ଶିବ ପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ : ବୌଦ୍ଧ ଆଇଆର୍‌ବି ୫ମ ବ୍ୟାଟାଲିୟାନ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ପୋଷ୍ଟ ହଷ୍ଟେଲ ବଲାଙ୍ଗିର ଓ ଜଗନ୍ନାଥ ସ୍ପୋଟିଂ ଖଲିଆପାଲିର ମିଳିତ ଆନୁକୁଲ୍ୟରେ ଖଲିଆପାଲି ଆମ୍ବେଦକର ଷ୍ଟାଡିୟମରେ ଚାଲିଥିବା ଚତୁର୍ଥ କୋଚ ଶିବ ପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲର ତୃତୀୟ ଦିବସରେ ବୌଦ୍ଧ ଆଇଆର୍‌ବି ୫ମ ବ୍ୟାଟାଲିୟାନ ୩-୦ ଗୋଲରେ ବିଏନ୍‌ଏଏ ଜରାସିଂହାକୁ ହରାଇ ବିଜୟୀ ହୋଇଛି । ଆଜି ମୁଖ୍ୟ ଅତିଥି ଭାବେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସଂପାଦକ ଆକ୍‌ବର ଖାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ଖେଳାଳି ସରୋଜ ଗୁରୁ, ଜିଲ୍ଲା କ୍ରୀଡା ସଂସଦର ବରିଷ୍ଠ ସଦସ୍ୟ ଡା. ସିଦ୍ଧେଶ୍ଵର ମିଶ୍ର ଓ ପୂର୍ବତନ କୃଷି ଅଧିକାରୀ ଗୋପାନନ୍ଦ ଧରୁଆ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା କ୍ରୀଡାଧିକାରୀ ପରାଶର ବାଗ, କମିଟି ସଭାପତି ନାରାୟଣ ବିଶ୍ୱାଲ ଓ ସଂପାଦକ ଅଭିମନ୍ୟୁ ପାଣ୍ଡେ ମଂଚାସିନ ଥିଲେ । ଖେଳକୁ ରେଫରି ଭାବେ ଦେବାଶିଷ ବାଗ, ସଂଜିବ ମହାରଣା, କରୁଣାକର ପ୍ରଧାନ ଓ ସୁଧାଂଶୁ ସେଠ ପରିଚାଳନା କରିଥିଲେ । ଶରତ କୁମାର ନନ୍ଦ ମ୍ୟାଚ କମିଶନର ଦାୟିତ୍ୱ ନିର୍ବାହ କରିଥିଲେ । ନିଶାରକାନ୍ତ ନାଗ, ଅନୁପ ସାଏ, ପ୍ରଦୀପ ମହାରଣା, କହ୍ନେଇ ଗଡତ୍ୟା, ମିଥୁନ ଭୁକ୍ତା, ପ୍ରଶାନ୍ତ ପ୍ରଧାନ, ମୁନା ଭୋଇ ପ୍ରମୁଖ ସହଯୋଗ କରିଥିଲେ । ୨୧ ତାରିଖ ଗୁରୁବାର ଦିନ ପ୍ରୋଗ୍ରେସିଭ୍‌ କ୍ଲବ ବଲାଙ୍ଗିର ବନାମ୍‌ ଖଲିଆପାଲି ଜେଜେସି ମଧ୍ୟରେ ଖେଳ ହେବ ବୋଲି କମିଟିର ସଂପାଦକ ଅଭିମନ୍ୟୁ ପାଣ୍ଡେ ଜଣାଇଛନ୍ତି ।

Leave A Reply

Your email address will not be published.