
• ଛତ୍ରପୁର ବିଜେପି ଦଳୀୟ କାର୍ଯ୍ୟାଳୟ ପକ୍ଷରୁ ନେତା ଓ କର୍ମୀମାନେ ବାଣ ଫୁଟାଇ ମିଠା ବାଣ୍ଟି ଖୁସି ମନାଇଲେ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଧାମନଗର ଉପନିର୍ବାଚନରେ ବିଜେପିର ବଡ଼ ଧରଣର ବିଜୟୀ ହାସଲ କରିଥିବା ନେଇ ରବିବାର ଛତ୍ରପୁର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି । ସ୍ଥାନୀୟ ଚଣ୍ଡୀଛକ ଠାରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ନେତା ତଥା ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ଦଳୀୟ ନେତା ଓ କର୍ମୀମାନେ ବାଣ ଫୁଟାଇ, ହାତରେ ଦଳୀୟ ପତାକା ଧରି ବିଜୟୀ ଉତ୍ସବ ପାଳନ କରିଛନ୍ତି । ପରସ୍ପର ମଧ୍ୟରେ ସମସ୍ତେ ମିଠା ଖୁଆଖୋଇ ହୋଇ ବିଜୟୀ ଉତ୍ସବ ପାଳନ କରି ଖୁସି ମନାଇଥିଲେ । ଛତ୍ରପୁର ମଣ୍ଡଳ ସଭାପତି ସଞ୍ଜିତ କୁମାର ରାଉଳ, କଣମଣା ମଣ୍ଡଳ ସଭାପତି ପଦ୍ମ ଚରଣ ସାହୁ, ଗଞ୍ଜାମ ଜିଲ୍ଲା ବିଜେପି ଲିଗାଲ ସେଲର ଅଧ୍ୟକ୍ଷ ଆଡଭୋକେଟ ପ୍ରଦୀପ କୁମାର ପାଢ଼ୀ, ଯୁବନେତା ବି. ଶଙ୍କର ରେଡ୍ଡୀ, ଏନ୍. ଦୀନବନ୍ଧୁ, କେ. ରଘୁନାଥ ରେଡ୍ଡୀ, ଡ଼ି. ସୁରେଶ ରେଡ୍ଡୀ, ପି. ତ୍ରିପତି ରାଓ, ବିଜୟ ମୁଦୁଲି, କାଉନ୍ସିଲର ଅମରେଶ କୁମାର ମହାରଣା, କାଉନ୍ସିଲର ପି.ଗଣେଶ ରେଡ୍ଡୀଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ ।